‘ଖାଇବାକୁ ଲୋଭ ଦେଖାଇ ହିଂସାକାଣ୍ଡରେ ସାମିଲ ହେବାକୁ କହୁଥିଲେ ସ୍ୱାମୀ’

0
310
tg
hg

ନୂଆଦିଲ୍ଲୀ(ଆଚିଭର୍ସ ନ୍ୟୁଜ୍‌): ଦିଲ୍ଲୀ ହିଂସାକାଣ୍ଡକୁ ନେଇ ଆସୁଛି ନୂଆ ନୂଆ ତଥ୍ୟ । ଦିଲ୍ଲୀ ହିଂସାରେ ୪୮ ଜଣଙ୍କ୍ ଜୀବନ ଯାଇଥିବା ବେଳେ ଶତାଧିକ ଲୋକ ଆହତ ହୋଇ ଚିକିତ୍ସା ହେଉଥିବା ଖବର ନଜରକୁ ଆସିଥିଲା । ହେଲେ ଏବେ ଦିଲ୍ଲୀ ହିଂସାକୁ ନେଇ ଆସିଛି ଏକ ଭିଡିଓ । ଯେଉଁଥିରେ କି ଗରୀବ ମହିଳାଙ୍କୁ ଖାଇବାକୁ ଲୋଭ ଦେଖାଇ ଆନ୍ଦୋଳନରେ ସାମିଲ ହେବାକୁ ବାଧ୍ୟ କରାଯାଉଥିଲା । ଯାହାକି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଆଲିଗଡ଼ର ପୁରୁଣା ଚୁଙ୍ଗୀ ଗେଟ୍ ବାହାରେ ଚାଲିଥିବା ସିଏଏ ବିରୋଧୀ ଧରଣାକୁ ହଟାଇବା ପରେ ପୋଲିସ ପକ୍ଷରୁ ସୋମବାର ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କୁ ସଚେତନ କରିଥିଲା । ଯେଉଁ ଅଞ୍ଚଳରୁ ମହିଳାମାନେ ଆସି ଧାରଣାରେ ବସୁଥିଲେ, ସେହିଭଳି କିଛି ଅଞ୍ଚଳରେ ଘର ଘର ବୁଲି ପୋଲିସ ଲୋକଙ୍କୁ ସଚେତନ କରିଛି । ଫିରଦୌସ ନଗରରେ ଜଣେ ବୟସ୍କ ମୁସଲିମ୍ ମହିଳା ପୋଲିସ ଆଗରେ ଧାରଣା ପୋଲ ଖୋଲିଦେଇଥିଲେ । ମହିଳା ଜଣକ ପୋଲିସ ଆଗରେ କହିଥିଲେ ଯେ, ତାଙ୍କ ସ୍ୱାମୀ ତାଙ୍କୁ ଖଦ୍ୟ ପାନୀୟର ଲୋଭ ଦେଖାଇ ଧାରଣା ଦେବାକୁ ପଠାଉଥିଲେ । ପ୍ରତ୍ୟେକ ଦିନ ତାଙ୍କ ସ୍ୱାମୀ ଏଭଳି ବ୍ୟବହାର କରୁଥିବାରୁ ସେ ବାଧ୍ୟ ହୋଇ ସେଠାରୁ ଧାରଣା ଦେବା ପାଇଁ ଯାଉଥିଲେ ।

LEAVE A REPLY

Please enter your comment!
Please enter your name here