ଖଣ୍ଡଗିରିରେ ରାଣୀ ପଣ୍ଡା !

0
572
RANI
RANI

ଭୁବନେଶ୍ୱର: ଚଳିତ ବର୍ଷ ଖଣ୍ଡଗିରିରେ ନଜର ଆସିଲେନି ଆଇଟମ ଗର୍ଲ ରାଣୀ ପଣ୍ଡା । ଖଣ୍ଡଗିରିରେ ନଜର ଆସିଲାନି ରାଣୀ ପଣ୍ଡାଙ୍କ ନିଆଁଲଗା ଡ୍ୟାନ୍ସ । କାରଣ ସେ ଅଭିନୟ କରୁଥିବା ଅପେରା ‘ନ୍ୟୁ ସଚିଦାନନ୍ଦ’ ଖଣ୍ଡଗିରିକୁ ଅସିନାହଁ ଫଳରେ ନଜର ଆସିଲେନି ରାଣୀ । ଗତ ବର୍ଷ ଯାତ୍ର ମହାକୁମ୍ଭ ଖଣ୍ଡଗିରିରେ ରାନୀଙ୍କ ଡ୍ୟାନ୍ସକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଥିବା ବେଳେ ଚଳିତ ବର୍ଷ ଖଣ୍ଡଗିରିକୁ ଆସିନାହିଁ ରାଣୀ ପଣ୍ଡା ଅଭିନୟ କରୁଥିବା ଅପେରା ପାର୍ଟି । ତେବେ ରାଣୀ ପଣ୍ଡା କାହିଁକି ବିବାଦ ଘେରକୁ ଆସିଥିଲେ ଓ ଗତବର୍ଷ କ’ଣ ହୋଇଥିଲୋ ଆସନ୍ତୁ ନଜର ପକାଇବା ।

RRRR
RRR

ଗତବର୍ଷ ରାନୀଙ୍କ ଅଶ୍ଳୀଳ ଡ୍ୟାନ୍ସକୁ ନେଇ ଖଣ୍ଡଗିରିରେ ବିବାଦ। ଦେଖା ଦେଇଥିଲା। ରାନୀ ମଞ୍ଚରେ ଅଶ୍ଳିଳତା ପ୍ରଦର୍ଶନ କରୁଥିବା ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। କେବଳ ସେତିକି ନୁହେଁ, ଝିଲ୍‌ମିଲ୍ ଲାଇଟ୍ ଭିତରେ ରାନୀ ମଞ୍ଚରୁ ଓହ୍ଲାଇ ମତୁଆଲା ଦର୍ଶକଙ୍କ କାନ କାମୁଡ଼ ଦେଇଥିବା ଅଭିଯୋଗ ହୋଇଥିଲା। ଯାହାର ଭିଡିଓ ଭାଇରାଲ୍ ହେବା ପରେ ଚର୍ଚ୍ଚାକୁ ଆସିଥିଲେ ରାନୀ।
ଆଉ ତା’ପରେ ପୂର୍ବରୁ ଅଲୋଡ଼ା ଓ ଅପରିଚିତା ଥିବା ରାନୀ ରାତାରାତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁକୁ ଆସିଥିଲେ। ଶେଷରେ କଥା ଯାଇ ପହଞ୍ଚିଥିଲା ଥାନାରେ। କମିଶନରେଟ୍ ପୁଲିସ ମାମଲା ରୁଜୁ କରି ଅଶ୍ଳୀଳ ନାଚ ପରିବେଷଣ ନକରିବା ପାଇଁ ଯାତ୍ରା ପାର୍ଟି ମାଲିକ ଓ କମିଟିମାନଙ୍କୁ ଚେତାବନୀ ଦେଇଥିଲେ। ଯାହାର ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରିଥିଲେ କମିଟି ମେମ୍ୱରମାନେ।

LEAVE A REPLY

Please enter your comment!
Please enter your name here