କ୍ୟାନ୍ସର ଉପରେ ରାଜେଶ୍ୱରୀଙ୍କ ରାଜ୍ !

0
586
RAJESWARI
RAJESWARI

ଭୁବନେଶ୍ୱର: ଆଖିରେ ସତ୍ୟକୁ ସମ୍ନା କରିବାର ସାହାସ । ଭାଗବାନଙ୍କ ପ୍ରତି ଦୃଢ଼ ବିଶ୍ୱାସ ଓ ତାଙ୍କର ଦମ୍ଭ ଆଗରେ ହାର୍ ମାନିଛି କ୍ୟାନ୍ସର ପରି ଏକ ଭୟଙ୍କର ରୋଗ । ଯେଉଁ ରୋଗର ନାଁ କଥା ଶୁଣି ଲୋକ ଭୟ କରନ୍ତି ସେଥିରେ ପୀଡି଼ତ ହୋଇ କେବେ ଭାଙ୍ଗିପଡ଼ି ନାହିଁନ୍ତି ରାଜେଶ୍ୱରୀ । ଜୀବନରେ ଅନେକ ଧାରାବାହିକ ଓ ଚଳଚ୍ଚିତ୍ରରେ ନିଖୁଣ ଅଭିନୟକରି ଦର୍ଶକଙ୍କୁ ନିଜ ଅଭିନୟରେ ବାନ୍ଧିରଖିଥିବା ରାଜେଶ୍ୱରୀ ରାୟମହାପାତ୍ର ନିଜର ଜୀବନ ଯୁଦ୍ଧରେ ହାରିଯାଇନାହାନ୍ତି । ତାଙ୍କ କହିବା ଅନୁଯାୟୀ ଯଦି ଜଣେ ଭାବିବ ମତେ କିଛି ହୋଇଛି ଓ ମୁଁ କିଛି କରିପାରିବି ନାହିଁ ତାହା ହେଲେ କିଛି ହୋଇପାରେ । ହେଲେ ଯିଏ ଭାବିବ ମୋର କିଛି ହୋଇନି ତା ହେଲେ ମୋର କିଛି ହେବନାହିଁ । ଆହୁରି ସେ କହିଛନ୍ତି କି ମୋର ପଛରେ ମୋର ପରିବାର ରହିଛି ମୋର ବନ୍ଧୁ ଶୁଭେଚ୍ଛୁ ମାନେ ରହିଛନ୍ତି । ଏବଂ ମତେ ସାହସ ଦେଉଛନ୍ତି । ଏବଂ ଆଗଠୁ ଆହୁରିି ସାହସ ଓ ଶକ୍ତି ପାଇଛି ଲଢ଼ିବାର ସାମର୍ଥ୍ୟ ରହିଛି ।

LEAVE A REPLY

Please enter your comment!
Please enter your name here