କ୍ଵାରେଣ୍ଟାଇନ ନିୟମ ଭାଙ୍ଗିଲେ ଗିରଫ

0
510
vgrf
fr

କ୍ଵାରେଣ୍ଟାଇନ ନିୟମ ଭାଙ୍ଗୁଛନ୍ତି ସାବଧାନ୍। ଏନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ବାହାରୁ ଆସୁଥିବା ପ୍ରବାସୀ ଯଦି ସଙ୍ଗରୋଧ ନିୟମ ଭାଙ୍ଗିବେ ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏପରିକି ଉକ୍ତ ବ୍ୟକ୍ତିଙ୍କୁ ନିଜ ଜିଲ୍ଲା ଠାରୁ ଦୂରରେ ରଖାଯିବ, କୌଣସି ସରକାରୀ ସହାୟତା ଦିଆଯିବନି, କ୍ଵାରେଣ୍ଟାଇନ ଅବଧି ବଢିବ। ସଙ୍ଗରୋଧ ଗୃହରୁ ଚମ୍ପଟ ମାରିଲେ ଗିରଫ ମଧ୍ୟ ହୋଇ ପାରନ୍ତି ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି।

ସରପଞ୍ଚମାନେ ନିଜ ନିଜ ଅଞ୍ଚଳର ତଦାରଖ କରିବେ। ଏଥିପାଇଁ ସରପଞ୍ଚମାନଙ୍କୁ ବିଶେଷ କ୍ଷମତା ଦିଆଯାଇଛି। ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନେ ଖିଲାପ କରିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେହିପରି ପ୍ରବାସୀଙ୍କୁ ନେଇ ଭୁଲ୍ ରୁଟରେ ବସ୍ ଆସିଲେ ସିଜ୍ ହେବ। ଭିଡ ଥିବା ବସରେ ଆସିଲେ ରାଜ୍ୟକୁ ପ୍ରବେଶ ମନା। ପାସ୍ ନ ନେଇ ଆସିଲେ ରାଜ୍ୟକୁ ପ୍ରବେଶ ମନା ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

LEAVE A REPLY

Please enter your comment!
Please enter your name here