କୋଭିଡ଼-୧୯ : ମାନସିକ ସ୍ୱାସ୍ଥ୍ୟ

0
323

ଆଚିଭର୍ସ ନ୍ୟୁଜ୍‌, ୯/୦୭ (ବ୍ୟୁରୋ)- ଭାରତୀୟ ଭାବେ ଶତାବ୍ଦୀ ଶତାବ୍ଦୀ ଧରି ଆମେମାନେ ଏହି କଥାକୁ ନେଇ ଗର୍ବ ଅବୁଭବ କରିଆସିଛୁ ଯେ ଏଭଳି ଯେକୌଣସି ଅବଶ୍ୟମ୍ଭାବୀ ଏବଂ ଅଦୃଶ୍ୟ ବିପଦକୁ ମୁକାବିଲା କରିବାର ସାମର୍ଥ୍ୟ ଆମମାନଙ୍କ ଠାରେ ରହିଛି । ଏଭଳି ବିପଦ ମଧ୍ୟରେ ମାନସିକ ସ୍ୱାସ୍ଥ୍ୟର ଯତ୍ନ ଆମେ ବିଭିନ୍ନ ପ୍ରକାର ନିଜସ୍ୱ ଢ଼ଙ୍ଗରେ ନେଇଥାଉ । ସେଥି ମଧ୍ୟରୁ ସବୁଠାରୁ ଅଧିକତର ଭାବେ ଗ୍ରହଣୀୟ ତଥା ଶକ୍ତିଶାଳୀ ଉପାୟଟି ହେଲା ଆମର ସୁଦୃଢ଼ ସାମାଜିକ ବ୍ୟବସ୍ଥା । ବର୍ତ୍ତମାନ ପରିସ୍ଥିତିରେ ଭାରତ ଠାରୁ ଅନ୍ୟ କୌଣସି ରାଷ୍ଟ୍ର ଏତେ କ୍ଷିପ୍ରତାର ସହ ସାମାଜିକ ଗଣମାଧ୍ୟମକୁ ଗ୍ରହଣ କରିନାହିଁ । କିନ୍ତୁ ଏକଥାକୁ ମଧ୍ୟ ଆମକୁ ସ୍ୱୀକାର କରିବାକୁ ପଡ଼ିବ ଯେ ଏହା ସତ୍ୱେ ପରସ୍ପରକୁ ସାକ୍ଷାତ କରିବା , କିମ୍ବା ଉତ୍ସବାନୁଷ୍ଠାନର ଆୟୋଜନ ଓ ଜନସମାଗମକୁ ଯେତିକି ମାତ୍ରାରେ ହ୍ରାସ କରାଯିବା ଆବଶ୍ୟକ ପରସ୍ପର ସଂସ୍ପର୍ଶରେ ଆସିବାର ଗୋଟିଏ ଗୋଟିଏ ମାଧ୍ୟମ ଯାହା ଦ୍ୱାରା ଆମେ ଆମର ସାମର୍ଥ୍ୟ ଓ ମନୋବଳକୁ ସୁଦୃଢ଼ କରିପାଉଥାଉ । ପୁଣି ପରସ୍ପର ସହ ଭାବ ବିନିମୟ କରି ଓ ନିଜ ନିଜର ଅନୁଭୂତି ବଖାଣି ଆମମାନଙ୍କ ସାମୂହିକ ମାନସିକ ଶକ୍ତିକୁ ପୁନଃ ସକ୍ରିୟ କରିଥାଉ ।
ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦର ଏକ ରାଜ୍ୟସ୍ତରୀୟ ରିପୋର୍ଟ ୨୦୧୭ର ତଥ୍ୟ ଅନୁସାରେ ଭାରତରେ ପ୍ରତି ସାତ ଜଣରେ ଜଣେ ବ୍ୟକ୍ତିଙ୍କର ମାନସିକ ଅସନ୍ତୁଳନ ସମସ୍ୟା ରହିଛି । ଅବଶ୍ୟ ଏହାର ମାତ୍ରା ପ୍ରତି ବ୍ୟକ୍ତିଙ୍କ କ୍ଷେତ୍ରର ଭିନ୍ନ । ତାହା ମାନସିକ ଅବସାଦ ଠାରୁ ନେଇ ଉଦବେଗ ପର୍ଯ୍ୟନ୍ତ, ଅଧିକତର ଲୋକଙ୍କ ନେଇ ଏଭଳି ସ୍ଥିତି ପରିଲକ୍ଷିତ ହୋଇଥାଏ ।
ଆମକୁ ଏଭଳି ଦୃଢ଼ ମନୋବଳ ଆଗାମୀ ଦିନରେ ସପ୍ତାହ ସପ୍ତାହ ଧରି, ମାସ ମାସ ଧରି କିମ୍ବା ସମ୍ଭବତଃ ବର୍ଷ ବର୍ଷ ଧରି ପୋଷଣ କରିବାକୁ ପଡ଼ିପାରେ । ମନରେ ସେଭଳି ଦୃଢ଼ତା, ସଂକଳ୍ପ, ସହନଶୀଳତା, ନେତୃତ୍ୱ, କରୁଣା ଏବଂ ବଦନ୍ୟତା ବହନ କରିବାକୁ ପଡ଼ିବ । ପୁଣି ଏଭଳି ମନୋଭାବକୁ କୌଣସି ପରିସ୍ଥିତିରେ ଉଣା ହେବାକୁ ଦେବା ଅନୁଚିତ । ଯେହେତୁ ଆମେ ଭବିଷ୍ୟତରେ ଏକ ନୂତନ ସ୍ୱାଭାବିକତାର ସାମ୍ନା କରିବାକୁ ଯାଉଛୁ, ସେହି କାରଣରୁ ଆମ ମନର ଭୟ ମାନସିକ ସ୍ୱାସ୍ଥ୍ୟକୁ ଆକ୍ରାନ୍ତ କରିବାର ଆଶଙ୍କା କରିବାର ଆଶଙ୍କା ରହିଛି । କୋଭିଡ଼-୧୯ ସ୍ଥିତିକୁ ମନ ଉଣା ହେଲେ ସୁଦ୍ଧା ଆମକୁ ଗ୍ରହଣ କରିବାକୁ ହେବ ।
ନିଜକୁ ବାରମ୍ବାର ଦୋଷ ଦେଇ ଚାଲନାହିଁ । ପ୍ରତ୍ୟେକ ମଣିଷ ଭୁଲ କରିବସେ, ସମସ୍ତଙ୍କ ଜୀବନରେ ବିପର୍ଯ୍ୟୟ ଓ ବିଫଳତା ଆସେ । ସଦାବେଳେ କିପରି ସଫଳତା ହାସଲ କରିହେବ ସେଭଳି କୌଣସି ଗ୍ରନ୍ଥ ହାତରେ ଧରି କେହି ସଂସାରରେ ଜନ୍ମ ନେଇନାହାନ୍ତି । ସମୟାନ୍ତରେ ଆପଣ ବିଫଳ ହେବେ, ଏହାର କାରଣ ନୁହେଁ ଯେ ଆପଣ ସେଭଳି ବିଫଳତା ପାଇଁ ଯୋଜନା କରିଥିଲେ । ବରଂ ଏହା ପ୍ରମାଣିତ କରେ ଯେ ତୁମେ ଜଣେ ମଣିଷ । ଜୀବନକୁ ମହାନ ଭାବେ ଗଢ଼ି ତୋଳିବା ସକାଶେ ବିଫଳତା ଗୋଟିଏ ବଡ଼ ସାଧନ ବୋଲି ବିଶିଷ୍ଟ ପ୍ରେରଣାଦାୟୀ ବକ୍ତା ଲେସ ବ୍ରାଉନ ଏକଦା କହିଥିଲେ । ଆମର ମନ ପାଇଁ ହୃଦୟର ଦ୍ୱାରକୁ ଉନ୍ମୁକ୍ତ କରିବା ସକାଶେ ଏହା ହେଉଛି ବଜ୍ର ଆହ୍ୱାନ । ତେଣୁ ସଂକୋଚ ନକରି କିମ୍ବା ଡରି ନଯାଇ ମନର ଭାବନାକୁ ବ୍ୟକ୍ତ କରିବା ଦରକାର । ଏକ ରାଷ୍ଟ୍ର ଏବଂ ମାନବସମାଜ ଆମକୁ ସାହାଯ୍ୟ କରିବାକୁ ଆଗେଇ ଆସିବ । ଆମେ ସଭିଏଁ ଏକତ୍ର ଆଗକୁ ଆଗେଇ ପାରିବା । ସଂକଟର ମୁହୂର୍ତ୍ତକୁ ଜିଣି ପାରିବା ।

LEAVE A REPLY

Please enter your comment!
Please enter your name here