କୋରୋନା, କମିଲା ସୁନା ଓ ରୁପା ଦର

0
637
gft
hgj

ଭାରତୀୟ ସୁନା ବଜାରରେ କୋରୋନା ମାଡ଼ । ଫଳରେ କମିଲା ସୁନା ଓ ରୁପା ଦର । କୋରୋନାର ପ୍ରଭାବ ଷ୍ଟକ ମାର୍କେଟରେ ପଡ଼ିବା ହେତୁ ଭାରତୀୟ ସୁନା ବଜାରରେ ମୂଲ୍ୟ ହ୍ରାସ ଘଟିଛି । ସୁନା ୧୦ଗ୍ରାମ ପିଛା ୨ହଜାର ହ୍ରାସ ପାଇଥିବା ବେଳେ ରୁପା କିଲୋଗ୍ରାମ ପିଛା ୬ହଜାରୁ ଅଧିକ ହ୍ରାସ ପାଇଛି । ତେବେ ବର୍ତ୍ତମାନ ସୁନା ମୂଲ୍ୟ ୧୦ଗ୍ରାମ ପିଛା ୪୦ହଜାର ଟଙ୍କାକୁ ତଳକୁ ଖସି ଆସିଛି ।

ସେହିପରି କିଛି ଅର୍ଥନିତିଜ୍ଞଙ୍କ କହିବା ଅନୁଯାୟୀ ଷ୍ଟକ୍ ମାର୍କେଟରେ ସେନ୍‌ସେକ୍ସ ପ୍ରତିଦିନ ତଳକୁ ଖସୁଥିବାରୁ ନିବେଶକମାନେ ନଗଦ ଆବଶ୍ୟକତା ପୂରଣ କରିବା ପାଇଁ ସୁନାକୁ କମ୍ ଦାମ୍‌ରେ ବିକ୍ରି କରୁଛନ୍ତି  । ଯାହାଫଳରେ ଏଭଳି ସ୍ଥିତି ଦେଖା ଦେଇଛି । ସେହିପରି ଷ୍ଟକ ମାର୍କେଟରେ ସୁନା ମୂଲ୍ୟ ୨ହଜାର୨୨ ଟଙ୍କା ହ୍ରାସ ପାଇଛି । ପୂର୍ବ ସପ୍ତାହରେ ୧୦ ଗ୍ରାମ ପିଛା ୪୨ ହଜାର ୧୭ ଟଙ୍କା ଥିବାବେଳେ ଏବେ ଏହା ୧୦ ଗ୍ରାମ ପିଛା ୩୯,୫୭୦ ଟଙ୍କାକୁ ଖସି ଆସିଛି । ଏଥି ସହିତ ରୁପା ମୂଲ୍ୟ କିଲୋଗ୍ରାମ ପିଛା ୪୩ହଜାର ୮୫ ରୁ ୬୪୪୫ ଟଙ୍କା ହ୍ରାସ ପାଇ ୩୬ହଜାର ୬୪୦ ଟଙ୍କାରେ ପଂହଚିଛି ।

LEAVE A REPLY

Please enter your comment!
Please enter your name here