କେବେ ଝୁଲିବେ ନିର୍ଭୟା ଦୋଷୀ ?

0
660
NIRBHAYA
NIRBHAYA

ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ନୂଆ ମୋଡ଼ । ଦେଷୀଙ୍କୁ ଫାଶୀ ଦେବା ନେଇ କୋର୍ଟ ଗଲେ ତିହାର ଜେଲ୍ କର୍ତ୍ତୃପକ୍ଷ । ସାନି ଡେଥ୍‌ୱାରେଣ୍ଟ ଅର୍ଥାତ୍ ପୁଣି ଡେଥ୍‌ୱାରେଣ୍ଟଜାରିକରିବାକୁ ଟ୍ରାଏଲ କୋର୍ଟରେ ଆବେଦନ କଲେ ତିହାର ଜେଲ୍ କର୍ତ୍ତୃପକ୍ଷ । ଆସନ୍ତାକାଲି ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କ ଆବେଦନ ଉପରେ ଶୁଣାଣି ଥିବାବେଳେ ଆଜି ନିର୍ଭୟା ମାମଲାର ୪ ଦୋଷୀଙ୍କୁ ତୁରନ୍ତ ଫାଶୀ ଦେବା ନେଇ ଟ୍ରାଏଲ କୋର୍ଟରେ ପହଞ୍ଚିଛନି ତିହାର ଜେଲ କର୍ତ୍ତୃପକ୍ଷ । ସେପଟେ ଦିଲ୍ଲୀ ହାଇକୋର୍ଟ ୪ ଦୋଷୀଙ୍କୁ ଏକାଠି ଫାଶୀ ଦେବା ନେଇ କହିିଥିବା ବେଳେ, ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଚ କରି ସୁପ୍ରିମ୍‌କୋର୍ଟରେ ପହଞ୍ଚିଛନ୍ତି କେନ୍ଦ୍ର ସରକାର । ଏବଂ କାଲି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ଆବେଦନର କରିବେ ଶୁଣାଣି । କେନ୍ଦ୍ର ସରକାରଙ୍କ କହିବା ଅନୁଯାୟୀ ଜଣେ ଦୋଷୀର ଆବେଦନ ଉପରେ ଶୁଣାଣି ଥିବାବେଳେ ଅନ୍ୟ ମାନଙ୍କୁ କାହିଁକି ଫାଶୀ ଦିଆଯାଉନାହିଁ ବୋଲି କୋର୍ଟରେ ଅପିଲ କରିଥିଲେ କେନ୍ଦ୍ର ସରକାର । ଏବଂ ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦିଆଯାଇପାରିବ ନାହିଁ କହିଥିଲେ ଦିଲ୍ଲୀ ହାଇକୋର୍ଟ । ଅନ୍ୟପଟେ ସାତ ଦିନ ଭିତରେ ଆଇନଗତ ପ୍ରକ୍ରିୟା ଶେଷ କରିବାକୁ କାଲି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

LEAVE A REPLY

Please enter your comment!
Please enter your name here