କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଲେ ତଦନ୍ତ ନିର୍ଦ୍ଦେଶ ପେଟ୍ରୋଲ୍‌ ଟାଙ୍କି ଅଗ୍ନିକାଣ୍ଡ ଘଟଣା

0
57

ଭୁବନେଶ୍ୱର: ରାଜଧାନୀର ମୁଖ୍ୟସ୍ଥଳୀ ରାଜଭବନ ଛକ ନିକଟରେ ଥିବା ପେଟ୍ରୋଲ୍‌ ପମ୍ପରେ ନିଆଁ ଲାଗି ବିରାଟ ବିସ୍ଫୋରଣ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ମଧ୍ୟାହ୍ଣ ସମୟରେ ଘଟିଥିବା ଏହି ଅଗ୍ନିକାଣ୍ଡ ଘଟଣା ନେଇ କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘଟଣାର ତଦନ୍ତ ଲାଗି ପ୍ରେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରାଳୟର ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟୁଇଟ ଜରିଆରେ ଏହି ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here