କୃଷି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାଦେଶ

0
398

ଆଚିଭର୍ସ ନ୍ୟୁଜ୍‌, ୮/୦୭ (ବ୍ୟୁରୋ)- ଅର୍ଥନୀତିର ତିନିଟି କ୍ଷେତ୍ର ମଧ୍ୟରୁ ଶିଳ୍ପ ଓ ସେବାକ୍ଷେତ୍ର ବିଶେଷ ଭାବେ ପ୍ରଭାବିତ ହୋଇଛି ଓ ଏହି କ୍ଷେତ୍ରରେ ଉତ୍ପାଦ ତଥା ନିଯୁକ୍ତି ବହୁଳ ମାତ୍ରାରେ କମିଛି । ପୂର୍ବାନୁମାନ ଅନୁସାରେ ଏହି ଦୁଇ କ୍ଷେତ୍ରର ଅଭିବୃଦ୍ଧି ହାର ଆର୍ଥିକ ବର୍ଷ ଶେଷ ସୁଦ୍ଧା ଶୂନ ତଳେ ରହିପାରେ । ମାତ୍ର ଅର୍ଥନୀତିର ତୃତୀୟ କ୍ଷେତ୍ର, କୃଷିର ଅଭିବୃଦ୍ଧି ହାର କେବଳ ଆର୍ଥିକ ବର୍ଷର ପ୍ରଥମ ଚତୁର୍ଥାଂଶରେ ନୁହେଁ ବରଂ ସମ୍ପୂର୍ଣ୍ଣ ଆର୍ଥିକ ବର୍ଷଟିରେ ଶୂନ ଉପରେ (ପଜିଟିଭ) ରହିବ ବୋଲି ସମସ୍ତ ଆକଳକ ଦର୍ଶାଉଛନ୍ତି । ତେଣୁ ଏହି କୃଷି ଏବଂ ଏହାର ଆନୁଷଙ୍ଗିକ କ୍ଷେତ୍ର ଉପରେ ସମସ୍ତଙ୍କ ନଜର । ଏହା ଏପରି ଏକ ସମୟ ଯେପରି ଘରର ଅଣଦେଖା କରାଯାଉଥିବା ପିଲାଟି ଉପରେ ପରିବାରର ସମସ୍ତଙ୍କର ଆଶା ଭରସା ନ୍ୟସ୍ତ । ଯଦିଓ ଯୋଜନାଗୁଡ଼ିକରେ ଆମେ କୃଷି ଉପରେ ଅନେକ ପ୍ରାଧାନ୍ୟ ଦେଇଥାଉ: ମାତ୍ର ଆଚରଣର ଓ ଉଚ୍ଚାରଣରେ ପାର୍ଥକ୍ୟ କେବେକେବେ ପରିଲକ୍ଷିତ ହୁଏ । ଏହା ସତ୍ତ୍ୱେ ଆମ ଦେଶ ଖାଦ୍ୟ ଶସ୍ୟ ଉତ୍ପାଦନରେ ଏକ ବଳକା ଦେଶ ହୋଇପାରିଛି ।
ଏହି ବ୍ୟବସ୍ଥା ଉପରେ ଆସ୍ଥା ଉପରେ ମଧ୍ୟ ନିର୍ଭର କରେ । ଚାଷୀମାନେ ଏହାକୁ କେତେଦୂର ଗ୍ରହଣ କରିବେ ଓ ପ୍ରଶାସନ କେତେଦୂର ଏହାକୁ ସୁପରିଚାଳନା କରିବାସହ ଚାଷୀମାନଙ୍କର ସ୍ୱାର୍ଥରକ୍ଷା କରିବାରେ ସଫଳ ହେବ ତାହା ଉପରେ କୃଷି ଓ ଅର୍ଥ ବ୍ୟବସ୍ଥା ଉପରେ ପ୍ରଭାବ ନିର୍ଭର କରିବ । ଚାଷୀମାନେ ଆଶଙ୍କ କରିପାରନ୍ତି ଯେ ଚୁକ୍ତି ଭିତ୍ତିକ କୃଷି ମାଧ୍ୟମରେ ବଡ଼ବଡ଼ ରିଟେଲିଂ ଉଦ୍ୟୋଗମାନେ ସେମାନଙ୍କୁ ଶୋଷଣ କରିବାରେ ସୁବିଧା କରିବାର ସୁବିଧା ପାଇବ । ତେଣୁ ସେମାନଙ୍‌କୁ ଏହି ବ୍ୟବସ୍ଥାର ସମସ୍ତ ଦିଗ ପ୍ରତି ସଚେତନ କରାଇବାରେ ଆବଶ୍ୟକତା ରହିଛି । ସାଂପ୍ରତିକ ପରିସ୍ଥିତିରେ ଯେପରି ଯୁବକମାନେ କୃଷି ପ୍ରତି ବିମୁଖ ହେବାର ଏକ ଧାରା ଦେଖାଦେଇଛି, ତାହାକୁ ପରିବର୍ତ୍ତନ କରି କୃଷିକୁ ଏକ ଜୀବିକା ଭାବେ ଗ୍ରହଣ କରିବାର ମାନସିକତାର ପୁନଃପ୍ରତିଷ୍ଠା ଦିଗରେ ଏହି ଅଧ୍ୟାଦେଶ ସହାୟକ ହୋଇପାରିବ ।

LEAVE A REPLY

Please enter your comment!
Please enter your name here