କୁକୁର ସହ ଲଢି ଭଉଣୀକୁ ବଞ୍ଚାଇଲା ୬ ବର୍ଷର ଶିଶୁ

0
221

ଆଚିଭର୍ସ ନ୍ୟୁଜ୍‌, ୧୭/୦୭ (ବ୍ୟୁରୋ)-  ଭାଇ ଭଉଣୀର ଅନାବିଳ ଭଲ ପାଇବାର ଏକ ଦୃଶ୍ୟ। ଛୋଟ ହେଲେ ବି କୁନି ଭଉଣୀକୁ ମରଣ ମୁହଁରୁ ଛଡ଼ାଇ ଆଣିବା ପାଇଁ ୬ ବର୍ଷର ଭାଇ କୁକୁର ସହ ଲଢୁଛି। ମୁହାଁମୁହିଁ ସ୍ଥିତି।  ଶେଷରେ ଜିତି ଯାଇଛି ଭାଇ। ମୁହଁରେ ଅନେକ କ୍ଷତ । ତଥାପି ସେ ଖୁସି ଭଉଣୀକୁ ବଞ୍ଚାଇ ପାରିଛି ବୋଲି। ଏମିତି ଏକ ଭିଡିଓ ସୋଶିଆଲ ମିଡିଆରେ ବେଶ ଭାଇରାଲ ହୋଇଛି।

ଭାଇର ନାଁ ବ୍ରିଜର ୱାକର । ବୋଧହୁଏ ଆମେରିକାର ବାସିନ୍ଦା। ନିଜର ସାହାସ ଓ ବୀରତା ପାଇଁ ପିଲାଟିକୁ ବକ୍ସିଂ ୱାର୍ଲଡ ଚାମ୍ପିୟନ ସମ୍ମାନ ମିଳିଛି। ୱାର୍ଲଡ ବକ୍ସିଂ କାଉନସିଲ ପକ୍ଷରୁ କୁହାଯାଇଛି, ୬ ବର୍ଷର ବ୍ରିଜର ୱାକର ଏକ ମହାନ କାମ କରିଛି। କୁକୁର ସହ ଲଢି ନିଜ ୪ ବର୍ଷର ସାନ ଭଉଣୀକୁ ଉଦ୍ଧାର କରିଛି। କୁକୁରର ପ୍ରତିଆକ୍ରମଣରେ ବ୍ରିଜର  ଗୁରୁତର ହୋଇଛି। ମୁହଁରେ ଅନେକ କ୍ଷତ ସୃଷ୍ଟି ହୋଇଛି।

ପରିବାର ଲୋକେ ପିଲାଟିକୁ ଡାକ୍ତରଖାନା ନେବାପରେ ସେଠାରେ ଡାକ୍ତରୀ ଟିମ ଦୀର୍ଘ ୨ ଘଣ୍ଟା ଧରି ଚିକିତ୍ସା କରିଥିଲେ। ପିଲାଟିର ମହଁରେ ୯୦ଟି ଷ୍ଟିଜ ପଡ଼ିଛି।

ତେବେ ବ୍ରିଜର ବାକରଙ୍କ ସମ୍ପର୍କରେ ସେତିକିବେଳେ ଜଣାପଡ଼ିଲା ଯେତେବେଳେ ତାଙ୍କର ଆଣ୍ଟି ବ୍ରିଜର ଏବଂ ତାଙ୍କ ଭଉଣୀଙ୍କ  ଫଟୋ ସୋଶାଲ ମିଡିଆରେ ସେୟାର କରି ତାଙ୍କର ବାହାଦୁରୀ ବିଷୟରେ ଲେଖିଥିଲେ।

ଏହି ଘଟଣା ପରେ ବ୍ରିଜର ରାତାରାତି ହିରୋ ପାଲଟିଗଲେ। ଏମିତିକି ହଲିଉଡ ଫିଲ୍ମଷ୍ଟାର କ୍ରିସ ଇମ୍ବାସ୍‌ ନିଜ ତରଫରୁ ବ୍ରିଜରକୁ କ୍ୟାପ୍ଟନ ଆମେରିକା ସିଲ୍‌ଡ ମଧ୍ୟ ପଠାଇଛନ୍ତି।

LEAVE A REPLY

Please enter your comment!
Please enter your name here