କାଳିଆ ଟଙ୍କାରୁ ନେଇ ପୁଣି ତେଜିଲା ରାଜନୈତିକ କଳି । ଗତକାଲି ଉତ୍କଳ ଦିବସରେ ରାଜ୍ୟ ସରକାର ୩୪ ଲକ୍ଷ ଚାଷୀଙ୍କ ଖାତାକୁ ସିଧାସଳଖ କାଳିଆ ଟଙ୍କା ପଠାଇଛନ୍ତି । ନୂଆ ଆର୍ଥିକ ବର୍ଷରେ ରବି ଋତୁ ପାଇଁ ସରକାର ୬୯୪ କୋଟି ଟଙ୍କା ଦେଇଛନ୍ତି । ପ୍ରତି ଚାଷୀଙ୍କ ଆକାଂଉଟକୁ ୨ ହଜାର ଟଙ୍କା ଲେଖାଏଁ ଯାଇଛି । କାର୍ଯ୍ୟକ୍ରମକୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ କହିଥିଲେ, ନୂଆ ଆର୍ଥିକ ବର୍ଷ ଆରମ୍ଭ ହୋଇଛି । ଗାନ୍ଧୀ ଓ ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ଚାଷୀଙ୍କ କଲ୍ୟାଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଚାଷୀ ଆମ ଅର୍ଥନୀତିର ମହାଶକ୍ତି । ତେଣୁ ଚାଷୀଙ୍କୁ ଅଣଦେଖା କରି ବିକାଶ କଥା ଚିନ୍ତା କରାଯାଇନପାରେ ।ହେଲେ ଏହାକୁ ନିର୍ବାଚନୀ ଭେଟି ବୋଲି କହଗିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ବିଜେପି କହିଛି ଆଗକୁ ପଂଚାୟତ ନିର୍ବାଚନ ଥିବାରୁ ୨ ବର୍ଷ ବନ୍ଦ ଥିବା କାଳିଆ ଟଙ୍କା ପୁଣି ଦିଆଯାଇଛି । ସେହିପରି ପିପିଲି ପାଇଁ କାଳିଆ ଟଙ୍କା ଘୋଷଣା କରାଯାଇ ନାହିଁ । ନିର୍ବାଚନ ପରେ ଏହା ଦିଆଯିବ ବୋଲି କୁହାଯାଇଛି । କିନ୍ତୁ ବିଜେଡି ପ୍ରାର୍ଥୀ ଓ କର୍ମୀ ପିପିଲିରେ ଏନେଇ ଘରେ ଘରେ ପ୍ରଚାର କରିପାନ୍ତି ବୋଲି ବିଜେପି ସନ୍ଦେହ କରୁଛି ।କଂଗ୍ରେସ ମଧ୍ୟ ସମାନ ଅଭିଯୋଗ ଆଣିଛି । ହେଲେ ବିଜେଡି କହିଛି ୨୦୧୯ ପୂର୍ବରୁ ମଧ୍ୟ ବିରୋଧୀ ସମାନ ଅଭିଯୋଗ କରୁଥିଲେ । ନିର୍ବାଚନ ପରେ ଟଙ୍କା ଦିଆଯିବ ନାହିଁ ବୋଲି ଅଭିଯୋଗ ବାଢୁଥିଲେ । ତେଣୁ କାଳିଆ ଟଙ୍କାକୁ ନିର୍ବାଚନ ଯୋଡି ଦେଖିବା ଉଚିତ ନୁହେଁ ବୋଲି କହିଛନ୍ତି ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ।
Latest article
୪ ଦିନ ବନ୍ଦ ରହିବ ଏସ୍ବିଆଇର ଭୁବନେଶ୍ବର ମୁଖ୍ୟ ଶାଖା
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରର ୟୁନିଟ-୧ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କର(ଏସ୍ବିଆଇ) ମୁଖ୍ୟ ଶାଖା ଆହୁରି ୪ ଦିନ ବନ୍ଦ ରହିବ। ମୁଖ୍ୟ କାର୍ଯ୍ୟାଳୟରେ ଆହୁରି ଅଧିକ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ବିଏମସି...
ସନ୍ତାକାଲି ସନ୍ଧ୍ୟା ୬ଟାରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ମଧ୍ୟପ୍ରଦେଶର ସମସ୍ତ ସହରାଞ୍ଚଳରେ ଲକ୍ଡାଉନ୍ ଜାରି ହେବ
ନୂଆଦିଲ୍ଲୀ: କରୋନାଭାଇରସ୍ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବା କାରଣରୁ ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ମଧ୍ୟପ୍ରଦେଶର ସମସ୍ତ ସହରାଞ୍ଚଳରେ ଲକ୍ଡାଉନ୍ ଜାରି ହେବ। ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ...
ନାଇଟ କର୍ଫ୍ୟୁ, ଲକଡାଉନ ଓ ସଟଡାଉନ କଥା ଏବେ ଚିନ୍ତା କରୁନୁ
ଭୁବନେଶ୍ଵର: ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୮୭୯ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରେ ସର୍ବାଧିକ ୧୪୪ ସଂକ୍ରମିତ ଥିବା ଜଣାଯାଇଛି। ଏନେଇ ବିଏମସି କମିସନର ପ୍ରେମଚନ୍ଦ ଚୌଧୁରୀ କହିଛନ୍ତି,...