କାଳିଆ ପାଇଲା ୧୭ କିଲୋ ସୁନା, ୨୨୭ କେଜି ରୁପା

0
522
oyt
bty

ଭୁବନେଶ୍ୱର (ଆଚିଭର୍ସ ନ୍ୟୁଜ୍‌): କାଳିଆକୁ ହାତ ଖୋଲି ଦେଉଛନ୍ତି ଭକ୍ତ । ଟଙ୍କା, ସୁନା ଗହଣା ଦାନରେ ପୁରୁୂଛି ଶ୍ରୀମନ୍ଦିରର ହୁଣ୍ଡି । ଏ ନେଇ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ଆଇନ୍ ମନ୍ତ୍ରୀ ପ୍ରତାପ ଜେନା । ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ପ୍ରଶ୍ନର ଉତ୍ତର ରଖି କହିଛନ୍ତିକି ଜାନୁଆରି ଶେଷ ସୁଦ୍ଧା ପୁରୀ ବଡ଼ ଦେଉଳରୁ ମିଳିଛି ୧୮୭ କୋଟି ୧ଲକ୍ଷ ୮୫ ହଜର ଟଙ୍କା ଦାନ । ଏବଂ ସେହିପରି ମହାପ୍ରଭୁଙ୍କ ପାଇଁ ଭକ୍ତ ଦାନ କରିଛନ୍ତି ୧୭ କିଲୋ ୭୫୬ଗ୍ରାମ ୭୦୬ ମିଲିଗ୍ରାମର ସୁନା । ଏହି ସୁନା ମଧ୍ୟରେ ରହିଛି ବହୁ ଅଳଙ୍କାର । ୨୨୭ କେଜି ୯୫ ଗ୍ରାମ ୩୦୭ ମିଲିଗ୍ରାମ ରୂପା ମଧ୍ୟ ଦାନରେ ମିଳିଛି । ତାହା ସହ ବହୁ ଲୁଗା, ପାଟ ପିତ୍ତଳ ଜିନିଷ ମିଳିଛି । ଦାନରେ ମିଳିଥିବା ଟଙ୍କାକୁ ବ୍ୟାଙ୍କରେ ରଖାଯାଇଛି । ଏବଂ ମାସ ଶେଷରେ ସେବାୟତଙ୍କୁ ଦରମା ଆକାରରେ ଦିଆଯାଏ ଏବଂ ଦାନରେ ମିଳିଥିବା ସୁନା ଓ ରୂପାକୁ ବିଭିନ୍ନ ଅଳଙ୍କାର ମରାମତିରେ ବ୍ୟବହାର କରାଯାଏ ।

LEAVE A REPLY

Please enter your comment!
Please enter your name here