କାଲି ଫେରିବ ମହାପ୍ରଭୁଙ୍କ ୫୪୫ କୋଟି ଟଙ୍କା

0
600
ere
gr

ପୁରୀ: କାଲି ଫେରିବ ମହାପ୍ରଭୁଙ୍କ ଟଙ୍କା । ଶ୍ରୀମନ୍ଦିର ଆକାଉଣ୍ଟକୁ ଆସିବ ସମସ୍ତ 545 କୋଟି ଟଙ୍କା। ଆଜି ସଂଧ୍ୟାରେ ୟେସ ବ୍ୟାଙ୍କ ପୁନଃ କାର୍ଯ୍ୟକ୍ଷମ ହେବାପରେ ସମସ୍ତ ଟଙ୍କା ଉଠାଣ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଉଠାଣ ଫର୍ମ ଦାଖଲ କରାଯାଇଛି। ୟେସ ବ୍ୟାଙ୍କରେ ଥିବା ମହାପ୍ରଭୁଙ୍କ ସମସ୍ତ 545 କୋଟି ଟଙ୍କା ଏକକାଳୀନ ଇ-ଟ୍ରାନ୍ସଫର ମାଧ୍ୟମରେ ଉଠାଯିବ । ଉଠାଯାଇଥିବା ଟଙ୍କା ଜାତୀୟକରଣ ବ୍ୟାଙ୍କରେ ରଖାଯିବ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି। ମାର୍ଚ୍ଚ 30 ତାରିଖରେ 156 କୋଟି ଟଙ୍କା ମ୍ୟାଚୁରିଟି ହେବାକୁ ଥିବାରୁ ଏକକାଳୀନ 545 କୋଟି ଟଙ୍କା ଉଠାଣ ହେଲେ ଶ୍ରୀମନ୍ଦିର ପ୍ରଶାସନ କ୍ଷତି ସହିବାର ସମ୍ଭାବନା ରହିଛି।

LEAVE A REPLY

Please enter your comment!
Please enter your name here