କାଲିଠୁ ଯୁକ୍ତ ଦୁଇ ପରୀକ୍ଷା

0
618
+2 exam
Students appear for class 12th CBSE Board exams in a school, in Gurgaon on Thursday. Express Photo by Manoj Kumar 9.3.2017

ଭୁବନେଶ୍ୱର: ଆସନ୍ତାକାଲିଠୁ କେନ୍ଦ୍ରକୁ ଜଗି ରହିଛନ୍ତି ସଶସ୍ତ୍ର ପୋଲିସ । ଚଳିତ ବର୍ଷ ରାଜ୍ୟର ୩ ଲକ୍ଷ ୫୦ହଜାର ୮ଶହ ପିଲା ପରୀକ୍ଷା ଦେବେ ।  କପି ରୋକିବା ସହ ଶୃଙ୍ଖଳିତ ପରୀକ୍ଷା ପରିଚାଳନା ପାଇଁ ସମସ୍ତ ପରୀକ୍ଷା କେନ୍ଦ୍ରରେ ଲାଗିଛି ସିସିଟିଭି । ହଲକୁ ପ୍ରବେଶ ସମୟରେ ପରୀକ୍ଷାର୍ଥୀଙ୍କ ଦୁଇ ଦୁଇ ଥର ଚେକିଂ କରିବାର ବ୍ୟବସ୍ଥା କରିଛି ବୋର୍ଡ । ସବୁକେନ୍ଦ୍ରରେ ଲାଗିଛି ସିସିଟିଭି । ଯୁକ୍ତ ଦୁଇ ପରୀକ୍ଷା ପାଇଁ ଏଭଳି ବ୍ୟବସ୍ଥା କରିଛି ଗଣଶିକ୍ଷା ବିଭାଗ। ନକ୍ସଲ ପ୍ରଭାବିତ ଅଞ୍ଚଳରେ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା। ଗଜପତି, ରାୟଗଡା ଏବଂ ମାଲକାନଗିରିରେ ପ୍ରଶ୍ନପତ୍ର ହବ୍‌କୁ ଜଗି ରହିଛନ୍ତି ଆର୍ମଫୋର୍ସ । ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିଥିବା ବେଳେ ସବୁ ହଲରେ କାନ୍ଥଘଣ୍ଟା ଲଗାଯାଇଛି । ମାଲକାନଗିରିରେ ୩ଟି ଷ୍ଟ୍ରଙ୍ଗରୁମ୍‌ କରାଯାଇଥିବା ବେଳେ ଗତପତିରେ ୪ଟି ଏବଂ ରାୟଗଡାରେ ୫ଟି ହବ୍‌ରେ ପ୍ରଶ୍ନପତ୍ର ରହିଛି ।

LEAVE A REPLY

Please enter your comment!
Please enter your name here