କାଲିଠାରୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ

0
556
ere
gr

ପୁରୀ: ଆସନ୍ତାକାଲିଠାରୁ ଶ୍ରୀମନ୍ଦିରରେ ବନ୍ଦ ରହିବ ସାଧାରଣ ଦର୍ଶନ । ମନ୍ଦିରରେ ପ୍ରବେଶ କରିପାରିବେନି ସାଧାରଣ ଲୋକେ । ନିର୍ଦ୍ଦେଶ ଦେଲେ ପୁରୀ ଜିଲ୍ଲାପାଳ ବଳଓ୍ୱନ୍ତ ସିଂହ । କେବଳ ନୀତି କରୁଥିବା ସେବାୟତ ମନ୍ଦିର ଭିତରକୁ ଯିବେ । ସେବାୟତ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ବାରଣ କୋହଳ । ଆଗାମୀ ମାର୍ଚ୍ଚ ୩୧ ତାରିଖ ଯାଏଁ ବନ୍ଦ ରହିବ ଦର୍ଶନ ।  ଏ ନେଇ ବିଧିବଦ୍ଧଭାବେ ଘୋଷଣା କରାଯାଇନଥିବା ମଧ୍ୟ ସେବାୟତଙ୍କ ଠାରୁ ଏ ନେଇ ସୂଚନା ମିଳିଛି । ମହାପ୍ରଭୁଙ୍କ ନୀତିକାନ୍ତି କିନ୍ତୁ କୌଣସି ପରିବର୍ତ୍ତନ ହେବନାହିଁ । ସ୍ୱାଭାବିକଭାବେ ଜାରି ରହିବ ପୂଜାର୍ଚ୍ଚନା ।  ଦୈନଦିନ ଭୋଗ ମହାପ୍ରସାଦ ମଧ୍ୟ ହେବ, କିନ୍ତୁ ବରାଦି ଭୋଗ ନେଇ ଅନିଶ୍ଚିତତା ଦେଖାଦେଇଛି ।

LEAVE A REPLY

Please enter your comment!
Please enter your name here