କଳାବଜାରକାରୀଙ୍କୁ ସାବାଡ଼ ଲାଗି ଅଧିକାରୀଙ୍କୁ ନିର୍ଦ୍ଦେଶ

0
533
bhtg
nbvf

ନୂଆଦିଲ୍ଲୀ: କଳାବଜାରକାରୀଙ୍କୁ ସାବାଡ଼କରିବା ଲାଗି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେମାନଙ୍କ ବିରୋଧରେ ତୁରନ୍ତ କଠୋର ପଦକ୍ଷେପ ଗ୍ରହଣ କରିବା ଲାଗି ନିର୍ଦ୍ଦେଶନାମା ଜାରି କରାଯାଇଛି। ରାଜ୍ୟ ସରକାରଙ୍କ ସହ ସମନ୍ବୟ ରଖି ହୋର୍ଡିଂ ଓ କଳାବଜାରକୁ ରୋକିବା ଲାଗି ଶାହା ନିର୍ଦ୍ଦେଶ ଦେଇଥିବା ମନ୍ତ୍ରଣାଳୟର ଯୁଗ୍ମ ସଚିବ ପୁଣ୍ୟ ସଲିଳ ଶ୍ରୀବାସ୍ତବ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି। ବିମାନ ଓ ରେଳ ଦ୍ୱାରା ଅଧିକ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରାଯାଉଥିବା ସେ କହିଛନ୍ତି। ଆଗକୁ ପାର୍ବଣ ଋତୁ ଆସୁଥିବାରୁ ସରକାରୀ କଟକଣା ମାନି ସାମାଜିକ ଦୂରତ୍ୱ ରକ୍ଷାକରିବା ଲାଗି ମଧ୍ୟ ପରାମର୍ଶ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here