କରୋନା ଲାଗି ଭୟଭୀତ ହୋଇ ଶବକୁ କାନ୍ଧ ଦେଲେନି ସାହିବାସିନ୍ଦା

0
418

କବିସୂର୍ଯ୍ୟନଗର, ଆଚିଭର୍ସ ନ୍ୟୁଜ୍‌, ୨୩/୦୬ (ବ୍ୟୁରୋ)- ଦୁଇଦିନ ତଳେ କବିସୂର୍ଯ୍ୟନଗର ଏନ୍‌ଏସିର ଜଣେ ୪୯ ବର୍ଷିୟା ଯୁବକର ମୃତ୍ୟୁ ଏବଂ ସହରର ଜଣେ ଜଣାଶୁଣା ରାଜନେତା କରୋନା ସଂକ୍ରମିତ ହେବା ପରେ କବିସୂର୍ଯ୍ୟନଗରରେ ଭୟର ବାତାବରଣ ଖେଳିଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ‘ରେପିଡ୍ ରେସ୍‌ପନ୍ସ ଟିମ୍‌’ ଦ୍ୱାରା ଘରକୁ ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା ସହ ଥର୍ମାଲ ସ୍କ୍ରିନିଂ ଜୋରଦାର କରାଯାଇଛି । ଏଭଳି ସ୍ଥିତିରେ ସହରରେ ଆଜି ଅନ୍ୟ ଦୋକାନୀ ଅନ୍ୟ କୌଣସି କାରଣରୁ ପ୍ରାଣ ହରାଇଛନ୍ତି । କିନ୍ତୁ ଭୟଭୀତ ସହରବାସୀ ସଂପୃକ୍ତ ଦୋକାନୀଙ୍କ ଶବଦାହ ପ୍ରକ୍ରିୟାରେ ସହଯୋଗ କରିନଥିଲେ । ଆଜି ସୁଦ୍ଧା କବିସୂର୍ଯ୍ୟନଗର ଏନ୍‌ଏସି ଓ ଆଖପାଖ ଗ୍ରାମାଞ୍ଚଳରେ ସର୍ବମୋଟ ୩୯ଜଣ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ସରକାରୀ ଭାବେ କରୋନାରେ କବିସୂର୍ଯ୍ୟନଗରରେ ଜଣେ ମୃତ୍ୟୁବରଣ କରିଥିବା କୁହାଯାଇଛି । ତେବେ ଅନ୍ୟାନ୍ୟ କାରଣରୁ ଆଉ ୨ଜଣ ପ୍ରାଣ ହରାଇଥିବା ଚର୍ଚ୍ଚା ହେଉଛି । ଆଜି ସହରର ଏକ ବଜାରରେ ଆଉ ଜଣେ ବ୍ୟବସାୟୀ କୌଣସି କାରଣରୁ ପ୍ରାଣ ହରାଇଛନ୍ତି । ହେଲେ ଭୟଭୀତ ଲୋକେ ସଂପୃକ୍ତ ଦୋକାନୀଙ୍କ ଶବଦାହ ପ୍ରକ୍ରିୟାରେ ସହଯୋଗ କରିନଥିଲେ । ମୃତ୍ୟୁ ବ୍ୟକ୍ତି ଜଣକ ୭/୮ ଦିନ ଧରି ଜ୍ୱର ଓ ଥଣ୍ଡାରେ କୁଆଡେ ପୀଡ଼ିତ ଥିଲା ।

LEAVE A REPLY

Please enter your comment!
Please enter your name here