କରୋନା ପିଜିଟିଭ ତମନ୍ନା ଭାଟିଆ

0
150

ମୁମ୍ବାଇ: ଦକ୍ଷିଣ ଓ ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆଙ୍କ କରୋନା ଟେଷ୍ଟ ପଜିଟିଭ୍ ଆସିଛି। ଗତ କିଛି ଦିନ ହେବ ସେ ୱେବ୍ ସିରିଜ୍ ପାଇଁ ହାଇଦ୍ରାବାଦରେ ଥିଲେ। ନିକଟରେ ତମନ୍ନା ଭାଟିଆଙ୍କ କରୋନା ଲକ୍ଷଣ ଦେଖା ଦେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କ ସ୍ବାବ ସଂଗ୍ରହ କରି କରୋନା ପରୀକ୍ଷା ପାଇଁ ଯାଇଥିଲେ। ଏଥିରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା। ଏହି ଖବର ତମନ୍ନାଙ୍କ ପ୍ରଶଂସକଙ୍କ ପାଖରେ ପହଞ୍ଚିବା ପରେ ସେମାନେ ଅଭିନେତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ତେବେ ତମନ୍ନାଙ୍କ ପୂର୍ବରୁ ଅଗଷ୍ଟରେ ତାଙ୍କ ପିତାମାତାଙ୍କର କରୋନା ରିପୋର୍ଟ ପଜିଟିଭ ଆସିଥିଲା।

LEAVE A REPLY

Please enter your comment!
Please enter your name here