କରୋନା ପାଇଁ ସ୍କୁଲ ବନ୍ଦ

0
650
ff
ff

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୧ ପହଞ୍ଚିଥିବାବେଳେ ଆଜି ଓଡିଶା ସରକାର ହଠାତ୍ କରୋନା ମୁକାବିଲା ପାଇଁ ବ୍ୟାପକ ପଦକ୍ଷେପ ଘୋଷଣା କରିଛନ୍ତି । କରୋନା ମୁକାବିଲା ପାଇଁ ସରକାର ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଛନ୍ତି । ମାର୍ଚ୍ଚ ୩୧ ଯାଏଁ ସ୍କୁଲ, କଲେଜ ସମେତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତିି । କିନ୍ତୁ ପୂର୍ବ ନିର୍ଦ୍ଧାରିତ ସମୟରେ ପରୀକ୍ଷା କରାଯିବ । ସେହିପରି  ବାହାରେ କେହି ପାନଛେପ ପକାନ୍ତୁ ନାହିଁ । ଏଥିସହ ମହାମାରୀ ରୋଗ ଆଇନ ୧୮୯୭ ବଳରେ ରାଜ୍ୟ ସରକାର ଅଧିକାରୀମାନଙ୍କୁ ସ୍ୱତନ୍ତ୍ର କ୍ଷମତା ପ୍ରୟୋଗ ପାଇଁ ଅଧିକୃ ସିନେମା ହଲ୍, ଜିମ୍, ଓ ସୁଇମିଂ ପୁଲ ବନ୍ଦ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

– ମାର୍ଚ୍ଚ ୩୧ ତାରିଖ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା ହୋଇଛିି
– ତେବେ ନିର୍ଦ୍ଧାରିତ ସମୟରେ ପରୀକ୍ଷା ପାଇଁ ଅନୁମତି ଦିଆଯାଇଛି
– କୌଣସି ଧାର୍ମିକ ଉତ୍ସବରେ ଏକାଠି ହେବା ଉପରେ ରୋକ୍ ଲାଗିଛି
– ଏହି ସମୟରେ ବିବାହ ଭୋଜି ନକରିବା ପାଇଁ ପରାମର୍ଶ
– ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମ ଉପରେ କଟକଣା
– ଅନାବଶ୍ୟକ ସରକାରୀ ବୈଠକ ଗୁଡିକୁ ବାତିଲ କରିଦିଆଯାଇଛି
– ସେମିନାର, ୱାର୍କସପ୍, କନଫରେନ୍ସ ଉପରେ କଟକଣା ଲଗାଯାଇଛି
– ମାର୍ଚ୍ଚ ୩୧ ଯାଏଁ ରାଜ୍ୟରେ ସମସ୍ତ ସିନେମା ହଲ୍ ବନ୍ଦ ରହିବ
– ସବୁ ସ୍ଥାନରେ ସ୍ୱିମିଂ ପୁଲ ଗୁଡିକୁ ବନ୍ଦ୍ କରିବା ପାଇଁ ନିର୍ଦ୍ଦେଶ
– ରାଜ୍ୟର ସମସ୍ତ ଜିମ୍ ମଧ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ

LEAVE A REPLY

Please enter your comment!
Please enter your name here