କରୋନା ପରୀକ୍ଷା ପରେ ପ୍ରବାସୀଙ୍କୁ ଫେରିବାକୁ ଅନୁମତି: ହାଇକୋର୍ଟ

0
509
bhtg
er

କଟକ: ଓଡ଼ିଶାକୁ ଫେରିବା ପାଇଁ ପଞ୍ଜିକରଣ କରିଥିବା ପ୍ରବାସୀମାନଙ୍କୁ କରୋନା ପରୀକ୍ଷା ପରେ ହିଁ ଫେରିବା ପାଇଁ ଅନୁମତି ଦିଆଯାଉ। ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ଗୁରୁବାର ରାଜ୍ୟ ସରକାରଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ନାରାୟଣ ଚନ୍ଦ୍ର ଜେନାଙ୍କ ପକ୍ଷରୁ ଦାଏର ହୋଇଥିବା ମାମଲାର ଶୁଣାଣି କରି ବିଚାରପତି ଜଷ୍ଟିସ କୁମାରୀ ସଞ୍ଜୁ ପଣ୍ଡା ଏବଂ ଜଷ୍ଟିସ କେ. ଆର୍‌. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ରାଜ୍ୟରୁ ପ୍ରବାସୀମାନେ ଓଡିଶା ଫେରିବାକୁ ଚାହୁଁଛନ୍ତି, ସେଇ ରାଜ୍ୟରେ କରୋନା ପରୀକ୍ଷା କରାଯିବ। ରିପୋର୍ଟ ନେଗେଟିଭ୍‌ ଆସିଲେ ହିଁ ଓଡ଼ିଶା ଫେରିବା ପାଇଁ ଅନୁମତି ଦିଆଯାଉ। ପଜେଟିଭ ଆସିଲେ, ସେହି ସ୍ଥାନରେ ରଖି ଚିକିତ୍ସା କରାଯାଉ। ସେମାନଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here