କରୋନା: ଆସିଲା ପିଜା ଡେଲିଭରି ବୟଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ରିପୋର୍ଟ

0
548
delhi-pizza-delivery
delhi-pizza-delivery

ନୂଆଦିଲ୍ଲୀ: ଦିଲ୍ଲୀରେ ଜଣେ ପିଜା ଡେଲିଭରି ବୟ କରୋନା ଭାଇରସରେ ସଂକ୍ରମିତ ହେବା ପରେ ପାଖାପାଖି ୭୨ ପରିବାରକୁ କ୍ୱାରାଣ୍ଟାଇନରେ ରଖାଯାଇଥିଲା। ଏହାସହ ଉକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ତାଙ୍କର କେତେଜଣ ସହଯୋଗୀଙ୍କୁ ମଧ୍ୟ କ୍ୱାରାଣ୍ଟାଇନରେ ରଖାଯାଇଥିଲା। ଏହି ଘଟଣାରେ ହାଇରିକ୍ସରେ ଥିବା ୧୬ ଜଣଙ୍କର ନମୁନା ପରୀକ୍ଷାର ରିପୋର୍ଟ ସୋମବାର ଆସିଛି। ଏଥିରେ ସମସ୍ତ ୧୬ ଜଣଙ୍କର ରିପୋର୍ଟ ନେଗେଟିଭ ଥିବାରୁ ଏହା ଦିଲ୍ଲୀବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ପ୍ରଦାନ କରିଛି। ସୂଚନାଯୋଗ୍ୟ, ଦିଲ୍ଲୀରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨,୦୦୩ରେ ପହଞ୍ଚିଥିବା ବେଳେ ଏହା ସରକାରଙ୍କ ଚିନ୍ତା ବଢାଇଛି।

LEAVE A REPLY

Please enter your comment!
Please enter your name here