କରୋନା: ହନିମୁନ୍ ଯାଇ ଫସିଲେ ନବଦମ୍ପତି

0
599
hgd
t

ନବରଙ୍ଗପୁର: ମାଲେସିଆକୁ ହନିମୁନ୍ ଯାଇ ଫସିଲେ ନବଦମ୍ପତି । ନବରଙ୍ଗପୁର ଇଚ୍ଛାବତୀଗୁଡା ଅଞ୍ଚଳର ନବଦମ୍ପତି ଚଳିତ ମାସ ୧୨ ତାରିଖରେ ହନିମୁନ୍ ପାଇଁ ମାଲେସିଆ ଯାଇ ସେଠାରେ ଅଟକି ରହିଛନ୍ତି । ୧୭ ତାରିଖରେ ରିଟର୍ଣ୍ଣ ଟିକେଟ ଥିଲା । କିନ୍ତୁ କରୋନା ଭାଇରସ ସଂକ୍ରମଣ ଆଶଂକା ଯୋଗୁଁ ସେଠିକାର ସମସ୍ତ ଫ୍ଲାଇଟ ବାତିଲ ହୋଇଛି । ଭାରତ ଫେରିବା ପାଇଁ କ୍ୱାଲଲମ୍ପପୁରରୁ ସିଙ୍ଗାପୁର ଦେଇ ବିଶାଖାପାଟଣା ଓ  ଅମୃତସରକୁ ଟିକଟ କାଟିଥିଲେ ମଧ୍ୟ ବାରମ୍ବାର ବିମାନ ବାତିଲ ହେବା ପରେ ଦୁଇ ଜଣ ଫେରି ପାରୁନାହାନ୍ତି । ଫଳରେ ଦୁଇ ଥର ଟିକେଟ କାଟିବା ପରେ ତାଙ୍କ ପାଖରେ ଟଙ୍କା ମଧ୍ୟ ଶେଷ ହୋଇଯାଇଛି । ତେଣୁ ଭୋକ ଉପାସରେ ମାଲେସିଆରେ ପଡ଼ି ରହିଛନ୍ତି ।

LEAVE A REPLY

Please enter your comment!
Please enter your name here