କରୋନାରେ ୬୯,୨୩୯ ଆକ୍ରାନ୍ତ , ୯୧୨ ମୃତ ୨୪ଘଣ୍ଟାରେ

0
1224

ନୂଆଦିଲ୍ଲୀ ଆଚିଭର୍ସ ନ୍ୟୁଜ୍ ୨୩/୦୮ (ବ୍ୟୁରୋ) .ଦେଶରେ କରୋନା ଥମିବାର ନାମ ନେଉ ନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ଆଜି ପୁଣି ପାଖାପାଖି ୭୦,୦୦୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସୂଚନା ଅନୁସାରେ,  ଅଗଷ୍ଟ ୨୩ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୩୦,୪୪,୯୪୦ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୨୨୮୦୫୬୬ ଜଣ ସୁସ୍ଥ ହୋଇଥିବା ବେଳେ  ୫୬୭୦୬ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୬୯୨୩୯ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭୦୭୬୬୮ ରହିଛି। ଗତ ୨୪ ଘଣ୍ଟାରେ ୯୧୨ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଦେଶରେ କରୋନା ଜନିତ ସମୁଦାୟ ମୃତ୍ୟୁ ସଂଖ୍ୟା ୫୬୭୦୬ ରେ ପହଞ୍ଚିଛି।

LEAVE A REPLY

Please enter your comment!
Please enter your name here