କମିଶନରେଟ ପୋଲିସକୁ କରୋନା ସମୟରେ ଚିନ୍ତା ।

0
406

ଭୁବନେଶ୍ୱର, ଆଚିଭର୍ସ ନ୍ୟୁଜ୍‌, ୧୮/୦୭ (ବ୍ୟୁରୋ)-କରୋନା ସମୟରେ କମିଶନରେଟ୍ ପୋଲିସକୁ ଘାରିଲାଣି ଫିଟନେସ୍ ଚିନ୍ତା । କମିଶନରେଟ୍ ପୋଲିସର ସମସ୍ତ କାର୍ଯ୍ୟକର୍ତା ନିଜକୁ ଫିଟ୍ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ମାସକ ମଧ୍ୟରେ କମିଶନରେଟ୍ ପୋଲିସର ସମସ୍ତ କର୍ମକର୍ତ୍ତାଙ୍କୁ ପେଟ କମାଇବାକୁ କହିଛନ୍ତି ପୋଲିସ କମିଶନର ।

କରୋନା କଟକଣା ସମୟରେ ପୋଲିସ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ତେଣୁ କରୋନା ସମୟରେ ସମସ୍ତଙ୍କ ସୁରକ୍ଷା ଭାର ବହନ କରୁଥିବା କମିଶନରେଟ୍ ପୋଲିସ ନିଜେ ଫିଟ୍ ରହିବାକୁ ସେ ଗୁରୁତ୍ୱ ଦେଇଛନ୍ତି । କର୍ମଚାରୀମାନେ ପ୍ରାରମ୍ଭିକ ପ୍ରଶିକ୍ଷଣ ସମୟରେ ବ୍ୟାପକ ଖେଳକୁଦ କରନ୍ତି ଓ ବେଶ ସ୍ୱାସ୍ଥ୍ୟବାନ ହୋଇ ବିଭାଗରେ ଯୋଗ ଦିଅନ୍ତି । କିନ୍ତୁ ପରବର୍ତୀ ସମୟରେ ସେମାନେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେଉନାହାନ୍ତି । ଫଳରେ ସେମାନେ ରକ୍ତଚାପ, ମଧୁମେହ,ଅତ୍ୟଧିକ ମେଦ ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here