କମିଲା କରୋନା ଆକ୍ରାନ୍ତଙ୍କ ହାର

0
172

ନୂଆଦିଲ୍ଲୀ, ଆଚିଭର୍ସ ନ୍ୟୁଜ୍‌, ୩୦/୦୬ (ବ୍ୟୁରୋ)- ଦେଶରେ କରୋନା ସଂକ୍ରମଣର ସଂଖ୍ୟା ବୃଦ୍ଧି ଆଖିରୁ ନିଦ ହଜାଇ ଦେଇଥିବାବେଳେ ମିଳିଛି ଏକ ଆଶ୍ୱସ୍ତିର ଖବର।  ଦିଲ୍ଲୀରେ ନୂଆ କରୋନା ଜୀବାଣୁ ସଂକ୍ରମଣ କ୍ଷେତ୍ରରେ ଏକ ବଡ଼ ହ୍ରାସ ଘଟିଛି। ନୂତନ ମାମଲା ସଂଖ୍ୟା ବର୍ତ୍ତମାନ ପ୍ରାୟ ଦୁଇ ହଜାର ଥିବାବେଳେ ଜୁନ୍ ୨୩ ରେ ଏହା ପ୍ରାୟ ୪ ହଜାର (୩୯୪୭ ) ଥିଲା। ଗତ ୨୪ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୨୦୪୮ଟି ନୂଆ ମାମଲା ସାମ୍ନାକୁ ଆସିଛି ।

ବର୍ତ୍ତମାନ ସୁଦ୍ଧା ଦିଲ୍ଲୀରେ ୮୫,୧୬୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ  ଗତ ୨୪ ଘଣ୍ଟା ମଧ୍ୟରେ ୩୬୨୮ ଜଣ ରୋଗୀ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ୫୬, ୨୩୫ ଆରୋଗ୍ୟ ଲାଭ କରିଛନ୍ତି। ଏହି ୨୪ ଘଣ୍ଟା ମଧ୍ୟରେ ୫୭ ରୋଗୀଙ୍କ ମୃତ୍ୟୁ ହୋଇଛି। ଦିଲ୍ଲୀରେ ଏପର୍ଯ୍ୟନ୍ତ ମୋଟ ୨୬୮୦ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ୨୪ ଘଣ୍ଟା ମଧ୍ୟରେ  ୧୬, ୧୫୭ ନମୂନା ପରୀକ୍ଷା ହୋଇଥିଲା।

ବର୍ତ୍ତମାନ ଦିଲ୍ଲୀରେ  ୨୬, ୨୪୬  ସକ୍ରିୟ ମାମଲା ରହିଛି।  ତେବେ ମିଳିଥିବା ଖବର ଅନୁଯାୟୀ, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦିଲ୍ଲୀରେ ‘ହାଉସ୍ ଟୁ ସ୍କ୍ରିନିଂ’ ଯୋଜନା ଉପରେ ପ୍ରତିବନ୍ଧକ ଲଗାଇଛି। ଗୃହ ମନ୍ତ୍ରଣାଳୟର ସମୀକ୍ଷା ପରେ ଏହା ଜଣାପଡିଛି ଯେ ପ୍ରଥମ କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଥିବା ସମସ୍ତ ଘରର ସ୍କ୍ରିନିଂ ଏବଂ ସେରୋ ସର୍ଭେକୁ ପ୍ରାଥମିକତା ଦିଆଯିବା ଉଚିତ୍। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ କେବଳ ଦିଲ୍ଲୀ ସରକାର ଦିଲ୍ଲୀର ୩୫  ଲକ୍ଷ ଘରର ସ୍କ୍ରିନିଂ 6 ଜୁଲାଇ ସୁଦ୍ଧା ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here