କନ୍ଧମାଳ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଜଗା ମାଆଙ୍କ ଆବେଦନ

0
38

ଆଚିଭର୍ସ ନ୍ୟୁଜ୍ ବ୍ୟୁରୋ୨୪/୧୨: ଭାଇ କାଳିଆ ମୃତ୍ୟୁପରେ ଜଗା ଏକଲା ହୋଇଯାଇଛି। ବାରମ୍ବାର କାଳିଆକୁ ଖୋଜୁଛି। କାଳିଆ ଗାଁରେ ଅଛି ବୋଲି ବାପା ଓ ମାଆ ତାକୁ ବୁଝାଇ ଦେଉଛନ୍ତି। କାଳିଆର ଅଧିକ ଚିକିତ୍ସା ଓ ଡାକ୍ତରୀ ନିରୀକ୍ଷଣ ଆବଶ୍ୟକ ପଡୁଥିଲା । କିନ୍ତୁ ଜଗା କ୍ଷେତ୍ରରେ ସେଭଳି ଆବଶ୍ୟକତା ନାହିଁ । ତେଣୁ ଜଗାକୁ ଏସ୍‌ସିବି ପରିବର୍ତ୍ତେ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖି ଚିକିତ୍ସା କରିବାକୁ ମା’ ପୁଷ୍ପାଞ୍ଜଳି କହଁର ଏସ୍‌ସିବି ଅଧୀକ୍ଷକଙ୍କୁ ଆବେଦନ କରିଛନ୍ତି। ପୁଷ୍ପାଞ୍ଜଳିଙ୍କ ଏହି ଆବେଦନ ଉପରେ ଏସ୍‌ସିବି କର୍ତ୍ତୃପକ୍ଷ ଏମ୍‌ସ୍‌ ଡାକ୍ତରଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ମିଳିଛି। ଯଦି ସ୍ଥିତି ଅନୁକୂଳ ହୁଏ ତେବେ ଜଗା ଏସ୍‌ସିବି ଛାଡ଼ିପାରେ ।

ଗତ ବର୍ଷ ସେପ୍ଟେମ୍ବରରୁ ଏସ୍‌ସିବିରେ ଡାକ୍ତରଙ୍କ ତତ୍ୱାବଧାନରେ ଥିବା ଜଗାକୁ ଡିସ୍‌ଚାର୍ଜ କରିବା ନେଇ ହୋଇଥିବା ଆବେଦନ ଉପରେ ବୁଧବାର ଏସସିବି ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ମେଡିକାଲ କଲେଜ ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଦତ୍ତେଶ୍ୱର ହୋତା, ଅଧୀକ୍ଷକ ପ୍ରଫେସର ଡାକ୍ତର ଲୁସି ଦାସ, ନ୍ୟୁରୋସର୍ଜରୀ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ସୁଧାଂଶୁ ମିଶ୍ରଙ୍କ ସମେତ ଶିଶୁରୋଗ ବିଭାଗର ଡାକ୍ତରମାନେ ବୈଠକରେ ସାମିଲ ହୋଇଥିଲେ।

ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ଜଗାକୁ ଏସ୍‌ସିବିରୁ ଡିସ୍‌ଚାର୍ଜ କରାଯିବା ସଂପର୍କରେ ଦିଲ୍ଲୀ ପ୍ରଥମେ ଏମସ୍‌ ଡାକ୍ତରଙ୍କ ଆଲୋଚନା ହେବ । ଏହାପରେ ଏମସ୍‌ ଡାକ୍ତରଙ୍କ ସହିତ ଭିଡିଓ କନଫରେନ୍ସ ଯୋଗେ ଜଗାକୁ ଉପସ୍ଥିତ କରାଯାଇ ସ୍ୱାସ୍ଥ୍ୟାବସ୍ଥା ନିରୀକ୍ଷଣ କରାଯିବ । ପରେ ଏମସ୍‌ ଡାକ୍ତର ଦେଇଥିବା ମତାମତ, ଏସସିବି ଡାକ୍ତରଙ୍କ ଅବଜରଭେସନ ରିପୋର୍ଟ ଆଦିକୁ ଭିତ୍ତି କରି ଏକ ପୂର୍ଣ୍ଣାଙ୍ଗ ରିପୋର୍ଟ ସରକାରଙ୍କୁ ପ୍ରଦାନ କରାଯିବ । ତା’ପରେ ଜଗା ଏସ୍‌ସିବି ଛାଡିବ କି ନାହିଁ ସେସମ୍ପର୍କରେ ସରକାର ଚୂଡାନ୍ତ ନିଷ୍ପତ୍ତି ନେବେ ବୋଲି ଏସସିବି ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here