କଙ୍ଗନାଙ୍କୁ ମିଳିବ ‘ୱାଇ’ ବର୍ଗର ସୁରକ୍ଷା l

0
117

ମୁମ୍ବାଇ: ଆଚିଭର୍ସ ନ୍ୟୁଜ୍ ୦୭/୦୯(ବ୍ୟୁରୋ)-  ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ‘ୱାଇ’ ବର୍ଗର ସୁରକ୍ଷା ମିଳିଛି | ସୂଚନାନୁସାରେ, ଗୃହ ମନ୍ତ୍ରାଳୟ ପକ୍ଷରୁ କଙ୍ଗନାକୁ ‘ୱାଇ’ ଶ୍ରେଣୀ ସୁରକ୍ଷା ଦିଆଯାଇଛି। ଅଭିନେତ୍ରୀ କଙ୍ଗନା ରାଣାୱତ ଏବଂ ଶିବସେନା ନେତା ସଞ୍ଜୟ ରାଉତଙ୍କ ମଧ୍ୟରେ ହୋଇଥିବା ବିବାଦକୁ ନେଇ ଏହି ସୁରକ୍ଷା ପ୍ରଦାନ କରାଯାଇଛି। କିଛି ଦିନ ତଳେ ସଞ୍ଜୟ ରାଉତ କଙ୍ଗନାଙ୍କୁ ମୁମ୍ବାଇ ନ ଆସିବାକୁ ପରାମର୍ଶ ଦେଇଥିଲେ। ଧମକ ପାଇ କଙ୍ଗନା କାହା ଧମକକୁ ନ ଡ଼ରି ମୁମ୍ବାଇ ଆସିବାକୁ ନିଷ୍ପତ୍ତି ନେଇଥିଲେ।

LEAVE A REPLY

Please enter your comment!
Please enter your name here