କଂଗ୍ରେସ ଟାର୍ଗେଟରେ ଶାସକ ଦଳ

0
567
HGTCCGR
FGG

କଟକ : ବାଙ୍କୀ ଡବଲ ମର୍ଡ଼ରକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ। ହତ୍ୟାକାଣ୍ଡକୁ ତୀବ୍ର ନିନ୍ଦା କରିବା ସହ ବିଜେଡ଼ି ଉପରେ ବର୍ଷିଛି କଂଗ୍ରେସ। ସାମ୍ଵାଦିକ ସମ୍ମିଳନୀରେ ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ଭଗବାନ ସ୍ଵାଇଁ ଓ ଆଦିତ୍ୟ ରଣସିଂହଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ଭଗବାନ ସ୍ଵାଇଁ ନିଜ ମୃତ୍ୟୁକାଳୀନ ଜମାନବନ୍ଦିରେ ଅଭିଯୁକ୍ତଙ୍କ ନାଁ ସ୍ପଷ୍ଟ ଭାବେ କହିଥିବା ବେଳେ ପୋଲିସ ସଠିକ୍ ଭାବେ ତଦନ୍ତ କରୁନାହିଁ ।ଏହି ହତ୍ୟାକାଣ୍ଡରେ ଶାସକ ଦଳର ନେତାଙ୍କର ସମ୍ପୃକ୍ତି ରହିଛି । ତେଣୁ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛି କଂଗ୍ରେସ । ଏପରିକି ଯଦି ଏହି ହତ୍ୟାକାଣ୍ଡରେ ତୁରନ୍ତ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ତେବେ ଆଗାମୀ ଦିନରେ କଂଗ୍ରେସ ରାଜରାସ୍ତାକୁ ଓଲହାଇବ ବୋଲି ଚେତାବନୀ ଦେଇଛି କଂଗ୍ରେସ । ତେବେ ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ୨ଜଣଙ୍କୁ ଗିରଫ କରିଛି ପୋଲିସ।

LEAVE A REPLY

Please enter your comment!
Please enter your name here