ରାଜ୍ୟରେ ଜାରୀ ରହିଛି କୋହଲା ପାଗ,ଅସ୍ତବ୍ୟସ୍ତ ଜନଜୀବନ

0
527
ABC
ABC

ଘୂର୍ଣ୍ଣିବଳୟ ପ୍ରଭାବରେ ସାରା ରାଜ୍ୟରେ ପାଗ କୋହଲା ରହିଛି । ଥଣ୍ଡା ସାଙ୍ଗକୁ ଝିପି ଝିପି ବର୍ଷା ଲାଗି ରହିଛି । ଏଭଳି ପାଗରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଲାଣି । ଆସନ୍ତା ୯ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ସହ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୩ଦିନ ଭଳି ଆଜି ମଧ୍ୟ ଓଡ଼ିଶାରେ ଅନେକ ସ୍ଥାନରେ ଝିପି ଝିପି ବର୍ଷା ହେବା ସହ ପାଗ କୋହଲା ରହିଛି । ନୟାଗଡ,ପୁରୀ, ଗଞ୍ଜାମ, ରାୟଗଡା, କନ୍ଧମାଳ, ଓ ଗଜପତିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଉତର ଓ ଆଭ୍ୟନ୍ତରୀଣ ଓଡିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ୧୦ ତାରିଖ ପରେ ରାଜ୍ୟର ବିଭିନ୍ନ ଅଂଚଳରେ ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇବ ବୋଲି ଜଣାପଡିଛି । ଗତ ୨୪ଘଂଟା ମଧ୍ୟରେ ବଲାଙ୍ଗୀରରେ ସର୍ବାଧିକ ୩୩ମିମି ବର୍ଷା ରେକର୍ଡ କରାଯାଇଛି ।

LEAVE A REPLY

Please enter your comment!
Please enter your name here