ଓଡ଼ିଶାରେ ପୁଣି ବଢ଼ିଲା କରୋନା ମୃତ୍ୟୁ ସଂଖ୍ୟା, ଦିନକରେ ୧୯ ଆକ୍ରାନ୍ତ ମୃତ

0
21

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ କରୋନା ସଂକ୍ରମଣରେ ରାଜ୍ୟରେ ପୁଣି ୧୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨,୨୫୧କୁ ବୃଦ୍ଧି ପାଇଛି। ଦିନକର ବ୍ୟବଧାନ ପରେ ପୁଣି ମୃତ୍ୟୁ ସଂଖ୍ୟା ବଢିଛି। ଗତକାଲି ରାଜ୍ୟରେ ୧୭ ଜଣଙ୍କ ମୁଣ୍ଡ ନେଇଥିଲା କରୋନା।ରାଜ୍ୟରେ ପୁଣି ୧୦ ହଜାର ଉପରେ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୪ ଘଣ୍ଟାରେ ରାଜ୍ୟରେ ୧୦ ହଜାର ୬୪୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧,୫୫୭ ଜଣ ଚିହ୍ନଟ ହୋଇଥିବାବେଳେ କଟକ ଦ୍ୱିତୀୟ ସ୍ଥାନରେ ରହିଛି। କଟକ ଜିଲ୍ଲାରୁ ୯୩୦ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତୃତୀୟ ସ୍ଥାନରେ ସୁନ୍ଦରଗଡ଼ ଜିଲ୍ଲାରୁ ୭୭୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here