ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ବୃଦ୍ଧି ପାଇବ: ବାଗଚୀ

0
519
HGT
GFS

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବାହାରୁ ରାଜ୍ୟକୁ ଫେରୁଥିବା ପ୍ରବାସୀଙ୍କ ସଂଖ୍ୟା ବଢ଼ୁଥିବାରୁ ପଜିଟିଭ୍‌ ସଂଖ୍ୟା ଆହୁରୀ ବଢ଼ିବା ଆଶଙ୍କା କରାଯାଉଛି। ସେମାନେ ଫେରିବା ପରେ କ୍ୱାରାଣ୍ଟାଇନ୍‌ ବ୍ୟବସ୍ଥା କରାଯାଇଛି। ହେଲେ କିଛି ଲୋକଙ୍କ ଦେହରେ ଲକ୍ଷଣ ଡେରିରେ ପ୍ରକାଶ ପାଉଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଶୁକ୍ରବାର କ୍ୱାରାଣ୍ଟାଇନ୍‌ ଅବଧିକୁ ବଢ଼ାଇଛନ୍ତି। ଏହାସହ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି ଭାରତରେ ବର୍ତ୍ତମାନ ସୁଦ୍ଧା 14,37,788 ସାମ୍ପଲ ପରୀକ୍ଷା ହୋଇଛି । ସେଥିମଧ୍ୟରୁ 56342 ପଜିଟିଭ୍‌ ବାହାରିଥିବା ବେଳେ ଆକ୍ଟିଭ୍‌ କେସ୍‌ 37916 ରହିଛି  । ଓଡ଼ିଶାରେ ଆଗାମୀ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ବୃଦ୍ଧି ପାଇବ ଏଥିରେ କୌଣସି ସନ୍ଦେହ ନାହିଁ । ରାଜ୍ୟରେ ପ୍ରଥମ 50 ଆକ୍ରାନ୍ତ 27 ଦିନରେ ମିଳିଥିବା ବେଳେ ଦ୍ୱିତୀୟ 50 ପାଇ ଲାଗିଥିଲା 15 ଦିନ । ତାପରେ 6, 5 ଓ 2 ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା 50 ଅତିକ୍ରମ କରୁଛି ବୋଲି କହିଛନ୍ତି ବାଗଚୀ ।

LEAVE A REPLY

Please enter your comment!
Please enter your name here