ଏହି ସବୁ କ୍ଷତିକାରକ ଖାଦ୍ୟ ଓ ପାନୀୟରୁ ନିଜକୁ ଦୂରେଇ ରଖନ୍ତୁ

0
82

ଆଚିଭର୍ସ ନ୍ୟୁଜ୍ ୨୫/୦୯ (ବ୍ୟୁରୋ)-  ଆମେ ଦୈନନ୍ଦିନ ଜୀବନରେ ଏମିତି ଗୁଡ଼ାଏ ଖାଦ୍ୟ ଖାଇଥାଉ ଯାହାକି ଶରୀର ପାଇଁ ଖୁବ୍‌ କ୍ଷତିକାରକ ହୋଇଥାଏ। ଏମିତି ଅନେକ ଖାଦ୍ୟ ରହିଛି ଯାହା ଆମର ତ୍ୱଚାକୁ ରୁକ୍ଷ କରିଥାଏ। ଖାଦ୍ୟ ଖାଇବା ନେଇ ସତର୍କତା ଅବଲମ୍ବନ କଲେ ଆମେ କିଛି ମାତ୍ରାରେ ଆମ ତ୍ୱଚାର ଚମକ ବଜାୟ ରଖିପାରିବା।

ଜୁସ୍‌: ଅନେକ ଲୋକ ଭାବନ୍ତି ଜୁସ୍‌ ପିଇବା ଦ୍ୱାରା ତ୍ୱଚାର ଚମକ ବଢ଼ିଥାଏ। ଚମରେ ଉଜ୍ଜ୍ୱଳତା ଆସିଥାଏ। ମାତ୍ର ମନେ ରଖନ୍ତୁ ସିଧା ଫଳକୁ ରସ କରି ପିଇଲେ ଲାଭପ୍ରଦ ହୋଇଥାଏ। ମାତ୍ର ବଜାରରେ ଯେଉଁ ପ୍ୟାକେଟ ଜୁସ୍‌ ସବୁ ମିଳୁଛି ସେଥିରେ ଅତିରିକ୍ତ ପରିମାଣର ମିଠା ଭାଗ ରହିଥିବା ହେତୁ ତାହା ତ୍ୱଚା ପାଇଁ ହିତକାରକ ହୋଇନଥାଏ।

ଗାଈ ଛେନା: ଗାଈ ଛେନା ଅତ୍ୟନ୍ତ ସ୍ୱାଦିଷ୍ଟ ହୋଇଥିବାରୁ ତାହାକୁ ଲୋକେ ବିଭିନ୍ନ ଖାଦ୍ୟରେ ଖାଇଥାନ୍ତି। ମାତ୍ର ମନେ ରଖନ୍ତୁ ଏଥିରେ ତୈଳ ଭାଗ ରହୁଥିବା ହେତୁ ଏହା ବ୍ରଣର କାରଣ ପାଲଟିଥାଏ।

କଫି: କଫି ଶରୀର ପାଇଁ ଅନେକ ଭଲ ହୋଇଥାଏ। ମାତ୍ର କଫି ପିଇବା ଦ୍ୱାରା ଶରୀରୁ ଜଳ ଅଂଶ ହ୍ରାସ ପାଇଥାଏ। ଫଳରେ ତ୍ୱଚା ଉପରେ ଏହାର ପ୍ରଭାବ ପକାଇଥାଏ।

ଥଣ୍ଡା ପାନୀୟ: ଆପଣ ଯେତେ ବି ସ୍ୱାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ ପଛେ ଯଦି ଆପଣ ବାରମ୍ବାର ଥଣ୍ଡା ପାନୀୟ ଗ୍ରହଣ କରୁଛନ୍ତି ତେବେ ଏହା କୁପ୍ରଭାବ ତ୍ବଚା ଉପରେ ପଡ଼ିଥାଏ।

ମଦ୍ୟପାନ: ମଦ୍ୟପାନ ରୁକ୍ଷ ତ୍ୱଚାର କାରଣ ହୋଇଥାଏ ଏହା ଆପଣ ଜାଣିଥିବେ ନିଶ୍ଚୟ। ଆପଣ ନିଜ ଶରୀର ଯେତେ ବି ଯତ୍ନ ନିଅନ୍ତୁ ପଛେ ଯଦି ମଦ୍ୟପାନ କରୁଛନ୍ତି ତେବେ ସବୁ ବୃଥା।

LEAVE A REPLY

Please enter your comment!
Please enter your name here