ଏହା କଣ ହିଟଲର ଶାସନ ?: ସୁର

0
666
GCB
DFH

ଭୁବନେଶ୍ଵର : ନୂଆ ଟ୍ରାଫିକ ନିୟମକୁ କଂଗ୍ରେସର ସମାଲୋଚନା । ଗାଡ଼ି ଚେକିଂ ଆଳରେ ସାଧାରଣ ଜନତାଙ୍କୁ ହଇରାଣ କରାଯାଉଛି ବୋଲି ଅଭିଯୋଗ ଆଣିଛି କଂଗ୍ରେସ । ଏନେଇ ପ୍ରେସମିଟ୍ କରି ବର୍ଷିଛନ୍ତି କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ। ବିଧାୟକ ସୁର ରାଉତରାୟ କହିଛନ୍ତି, ଗାଡ଼ି ଚେକିଂ ନାଁରେ ଜୁଲୁମ କରୁଛି ପୋଲିସ। କେବଳ ସେତିକି ନୁହେଁ ସେ ଏହି ସିଷ୍ଟମ ବନ୍ଦ କରିବାକୁ ଚେତାବନୀ ମଧ୍ୟ ଦେଇଛନ୍ତି।ସୁର କହିଛନ୍ତି ଯେ, ଗତକାଲି ଆରଟିଓ କର୍ମଚାରୀ ଓ ପୁଲିସ ଜନସାଧାରଣଙ୍କ ଉପରେ ଅତ୍ୟାଚାର କରିଥିବା ଅଭିଯୋଗ ହୋଇଛି । ଆରଟିଓ ଅଫିସରେ କର୍ମଚାରୀ ନାହାଁନ୍ତି । ନିୟମ ଉଲ୍ଲଂଘନ କଲେ ଫାଇନ୍ ଆଦାୟ କରିବା ଉଚିତ୍ କିନ୍ତୁ ଜରୁରିକାଳୀ ସ୍ଥିତିରେ ପୋଲିସ ସାଧାରଣ ଜନତାଙ୍କୁ ଯେଉଁଭଳି ବ୍ୟବହାର ପ୍ରଦର୍ଶନ କରୁଛି ତାହା ଅସଙ୍ଗତ । କେହି ମେଡ଼ିକାଲ ଯାଉଛନ୍ତି କିମ୍ବା ମେଟ୍ରିକ ପରୀକ୍ଷା ଦେବାକୁ କେହି ଯାଉଛନ୍ତି ତାଙ୍କ ଅଟକାଇ ପୋଲିସ ରାସ୍ତାରେ ଅଭଦ୍ର ଭାଷା କହି ଗାଳି ଗୁଲଚ କରୁଛି। ଏହା କଣ ହିଟଲର ଶାସନ ଚାଲିଛି।

LEAVE A REPLY

Please enter your comment!
Please enter your name here