ଏପ୍ରିଲ ପହିଲାରୁ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ମିଳିବ ବର୍ଦ୍ଧିତ ସହାୟତା ରାଶି

0
466
hhyh
;';

ଭୁବନେଶ୍ୱର: ଏଣିକି ଭିନ୍ନକ୍ଷମ ଛାତ୍ରବାସର ଅନ୍ତେବାସୀଙ୍କୁ 1200 ବଦଳରେ ମିଳିବ 1760 ଟଙ୍କା । ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ ଥିବା ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଧିଷ୍ଟ ଆର୍ଥିକ ସହାୟତାକୁ ବୃଦ୍ଧି କରାଯାଇଛି । ଏପ୍ରିଲ ପହିଲାରୁ ଏହି ବର୍ଦ୍ଧିତ ରାଶିକୁ ଲାଗୁ କରାଯିବ । ଏବଂ ଏପ୍ରିଲ ପହିଲାରୁ ହିଁ ଛାତ୍ରଛାତ୍ରୀଙ୍କୁ ଏହି ବର୍ଦ୍ଧିତ ସହାୟତା ରାଶି ଯୋଗାଇଦିଆଯିବ । ସେହିପରି ଅଧ୍ୟାୟାନରତ ଛାତ୍ରଛାତ୍ରୀଙ୍କୁ 250 ପରିବର୍ତ୍ତେ 370 ଟଙ୍କା ପ୍ରଦାନ କରାଯିବ ବୋଲି ସ୍ଥିର କରାଯାଇଛି । ଏହାବାଦ୍‌ ପ୍ରତ୍ୟେକ ଶିକ୍ଷାନୁଷ୍ଠାନକୁ ପ୍ରତି ୩ ବର୍ଷରେ ଥରେ କ୍ରୀଡ଼ା ଉପକରଣ କ୍ରୟ ପାଇଁ 10 ହଜାର, ଫର୍ଣ୍ଣିଚର କ୍ରୟ ନିମନ୍ତେ ଥରକେ 1 ଲକ୍ଷ, କମ୍ପ୍ୟୁଟର କିଣିବା ପାଇଁ ଥରକେ 50 ହଜାର, ସ୍ୱତନ୍ତ୍ର ସଫ୍ଟଓୟାର ଉପକରଣ ପାଇଁ ଥରକେ 60 ହଜାର ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଏହାଦ୍ୱାରା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗରେ ଥିବା 103 ସ୍କୁଲ ଓ ଗଣଶିକ୍ଷା ବିଭାଗରେ ଥିବା 4 ସ୍କୁଲ୍‌ ଉପକୃତ ହେବେ ବୋଲି କୁହାଯାଉଛି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଏନେଇ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here