ଏନ୍‌କାଉଣ୍ଟରରେ ୪ ନକ୍ସଲ ନିହତ

0
98

ପାଟନା, ଆଚିଭର୍ସ ନ୍ୟୁଜ୍‌, ୧୦/୦୭ (ବ୍ୟୁରୋ)-  ବିହାରର ପଶ୍ଚିମ ଚମ୍ପାରଣ ଜିଲ୍ଲା ବହଗା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୪ ନକ୍ସଲ ନିହତ ହୋଇଛନ୍ତି।

ସଶସ୍ତ୍ର ସୀମା ବଳ ଓ ସ୍ପେଶାଲ ଟାସ୍କଫୋର୍ସର ମିଳିତ ଏନ୍‌କାଉଣ୍ଟରରେ ୪ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ବହୁ ପରିମାଣର ବିସ୍ଫୋରକ ସହ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା ଲୋକାରିଆ ପୋଲିସ ସୂଚନା ଦେଇଛି।

ଆଜି ସକାଳେ ପୋଲିସ ପକ୍ଷରୁ କମ୍ବିଂ ଅପରେସନ ବେଳେ ନକ୍ସଲମାନେ ସୁରକ୍ଷାକର୍ମୀଙ୍କ‌ ଉପରକୁ  ଆକ୍ରମଣ କରିଥିଲା। ଏହାର ପାଲଟା ଜବାବ ଦେଇଥିଲେ ସୁରକ୍ଷାକର୍ମୀ। ବହୁ ସମୟ ଧରି ଗୁଳି ବିନିମୟ ପରେ ୪ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here