ବିଚକ୍ଷଣ ଭେଙ୍କେଟ୍ । ଗୁଗୁଲ ଯିବେ ବଲାଙ୍ଗୀରର ବିସ୍ମୟ ବାଳକ

0
549
ABC
ABC

() ବୟସ ମାତ୍ର ୬ । ହେଲେ ବିଚକ୍ଷଣ ବୁଦ୍ଧି ଆଗରେ ହାର ମାନିଛି ସମୟ । ଏତେ କମ୍ ବୟସରୁ ୧୫୦ରୁ ଅଧିକ ଆପ୍ସ ତିଆରି କରି ରେକର୍ଡ ମଧ୍ୟ କଲେଣି । ଚାଲନ୍ତୁ ଜାଣିବା ସେ କିଏ । ଆଜି ଆମେ ଏମିତି ଜଣେ କୁନି ପ୍ରତିଭାଙ୍କ ବିଷୟରେ କହିବୁ ଯିଏ କି ଖାଲି ଆମ ରାଜ୍ୟ ନୁହଁ, ଦେଶ ତଥା ବିଦେଶରେ ମଧ୍ୟ ବେଶ୍ ପରିଚିତ । ସେ ଆଉ କେହି ନୁହଁନ୍ତି ସେ ହେଲେ ବଲାଙ୍ଗୀର ସହରର ୬ବର୍ଷର ବିସ୍ମୟ ବାଳକ ଭେଙ୍କଟ ରମଣ ନାୟକ । ବୟସ ମାତ୍ର ୬ବର୍ଷ । ହେଲେ ଯେଉଁ ବୟସରଙ୍କ ଖେଳି କୁଦି ଜୀବନକୁ ଉପଭୋଗ କରିବା କଥା ସେ ସମୟରେ ଭେଙ୍କଟ ଦେଖାଉଛନ୍ତି ଅଦ୍ଭୁତ ପ୍ରତିଭା । ପୂର୍ବରୁ ବହୁ ଆପ୍ସ ତିଆରି କରି ରେକର୍ଡ କରିଥିବାବେଳେ ଏବେ ସେ ସଫଳତାର ଆଉ ଗୋଟିଏ ପାହାଡ ଚଢ଼ି ଚର୍ଚ୍ଚାରେ ଅଛନ୍ତି । ଗ୍ୟାସ ଲିକେଜ୍ ସେଫ୍ଟି ଆଲାରମ ମେସିନ୍ ତିଆରି କରି ସମସ୍ତଙ୍କ ଦୃଷ୍ଟିକୁ ତାଙ୍କ ଆଡକୁ ଭିଡି ନେଇଛନ୍ତି । ହଁ ଜାଣିଛନ୍ତି କି ଏହି ଆପ୍ସ ତିଆରି କରିବା ପରେ ତାଙ୍କୁ ଗୁଗୁଲ ପକ୍ଷରୁ ଅଫର ମଧ୍ୟ ମିଳିଛି । ପୂର୍ବରୁ ଲେଟ୍ସ କିଡ୍ସ ନାମକ ଏକ ଆପ୍ସ ତିଆରି କରି ଚର୍ଚ୍ଚିତ ହୋଇଥିଲେ ଭେଙ୍କେଟ୍ । ଯାହାକି ଗୁଗୁଲ ଓ ପ୍ଲେଷ୍ଟୋରରେ ସ୍ଥାନ ପାଇବା ପରେ ଗୁଗୁଲ କମ୍ପାନୀ ଭେଙ୍କଟଙ୍କ ଟେଲେଂଟ ଦେଖାଇବାକୁ ଦେଇଥିଲା ସୁଯୋଗ । ଆସନ୍ତା ମେ ମାସ ପ୍ରଥମ ସପ୍ତାହରେ ଆମେରିକାର ଗୁଗୁଲ ହେଡ କ୍ୱାଟର ସିଲିକନ୍ ଭେଲ୍ଲି କାର୍ଲିଫୋନିଆ ସେନ ଫେନସିଶକୋ ଯିବେ ଭେଙ୍କଟ । ସେଠାରେ ଇଞ୍ଜିନିୟରଙ୍କ ସହ ସାକ୍ଷାତ କରିବା ସହ କିଛି ନୂଆ ପ୍ରୋଗ୍ରାମକୁ ମଧ୍ୟ ପ୍ରେଜେଂଟ କରିବାର କାର୍ଯ୍ୟକ୍ରମ ରହିଛି । ତାହା ସହ ଦିନକୁ ଦିନ ଆହୁରି ନୂଆ ନୂଆ ଆପ୍ସ ତିଆରି କରି ନିଜକୁ ଦୃଢ଼ କରିବାରେ ଲାଗିଛନ୍ତି ଭେଙ୍କଟ । ବୟସରେ ସିନା ଛୋଟ ହେଲେ ବିଚକ୍ଷଣ ବୁଦ୍ଧିରେ ବହୁ ବରିଷ୍ଠଙ୍କୁ ପଛରେ ପକାଇଛନ୍ତି । ତେବେ କୁନି ଭେଙ୍କେଟଙ୍କର ପ୍ରତିଭା ଯୋଗୁଁ ପରିବାର ଲୋକ ବେଶ ଗର୍ବିତ ଥିବା ବେଳେ ଗୁଗୁଲ ପକ୍ଷରୁ ଅଫର ଆସିବା ପରେ ପରିବାରରେ ଖୁସି ଦୁଇ ଗୁଣା ବଢ଼ି ଯାଇଛି । ଆଗାମୀ ଦିନରେ ଆହୁରି ନୂଆ ନୂଆ ଜିନିଷ ଉଦ୍ଭାବନ କରି ଗିନିଜ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇବାକୁ ଲକ୍ଷ ରଖିଛନ୍ତି ଭେଙ୍କେଟ୍ । ଆଗକୁ ଆହୁରି ନାଁ କରନ୍ତୁ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣନ୍ତୁ ଏତିକି ଆମର କାମନା ।

LEAVE A REPLY

Please enter your comment!
Please enter your name here