ଏଣିକି ପିପିଲିରେ ‘ମୋ ବସ୍‌’ ସେବା

0
413

ଭୁବନେଶ୍ୱର, ଆଚିଭର୍ସ ନ୍ୟୁଜ୍‌, ୨୨/୦୬ (ବ୍ୟୁରୋ)- ଏଣିକି ପିପିଲିକୁ ଗଡ଼ିବ ମୋ ବସ୍ । ଦୀର୍ଘ ଦିନର ଦାବି ପରେ ପିପିଲିକୁ ବସ୍ ଚଳାଇବାକୁ କ୍ୟାପିଟାଲ ରିଜିଅନ୍ ଅରବାନ ଟ୍ରାନ୍ସପୋର୍ଟ (କ୍ରୁଟ) ନିଷ୍ପତ୍ତି ନେଇଛି । ଏଥିପାଇଁ ୩୩ନଂ ରୁଟ୍ ଆରମ୍ଭ କରାଯାଇଛି । ଏହି ରୁଟ୍‌ରେ ଦୈନିକ ୪ଟି ବସ୍ ଚାଲିବ । ପ୍ରଥମ ବସ୍ ଭୁବନେଶ୍ୱର ରେଳଷ୍ଟେସନ୍‌ରୁ ସକାଳ ୭ଟାରେ ବାହାରିବ । ଶେଷ ବସ୍ ସନ୍ଧ୍ୟା ସାଢ଼େ ୫ଟାରେ ପିପିଲି ଅଭିମୁଖେ ଯିବ । ପିପିଲିରୁ ପ୍ରଥମ ବସ୍ ସକାଳ ୭ଟା ୪୫ ଓ ଶେଷ ବସ୍ ସନ୍ଧ୍ୟା ୭ଟାରେ ବାହାରିବ । ୨୩ ତାରିଖ ବା ବୁଧବାରରୁ ଏହି ସେବା ଆରମ୍ଭ ହେବ ।

LEAVE A REPLY

Please enter your comment!
Please enter your name here