ଉପମୁଖ୍ୟମନ୍ତ୍ରୀ ପଦରୁ ହଟିଲେ ସଚିନ ପାଇଲଟ

0
77
ଜୟପୁର, ଆଚିଭର୍ସ ନ୍ୟୁଜ୍‌, ୧୪/୦୭ (ବ୍ୟୁରୋ)- ରାଜସ୍ଥାନ ରାଜନୀତି ପୁଣି ଆଜି ରୋଚକ ମୋଡ ନେଇଛି। ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ ପଦରୁ ହଟାଇ ଦେଇଛି। ଗେହଟଲ ସରକାର।ପାଇଲଟଙ୍କ ସହିତ ମନ୍ତ୍ରିମଣ୍ଡଳରେ ଥିବା ତାଙ୍କର ଦୁଇ ଅନୁଗତଙ୍କୁ ମଧ୍ୟ ଦଳ ବିଦା କରିଛି।

ଆଜି ସକାଳ ୧୧ଟାରେ ବିଧାୟକ ଦଳର ଏକ ବୈଠକର ଆୟୋଜନ କରାଯାଇଥିଲା। ବୈଠକରେ ଉପସ୍ଥିତ ନ ଥିବା ବିଧାୟକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତ୍ତି ନିଆଯାଇଥିଲା।

ଏହି ବୈଠକରେ ସଚିନ ପାଇଲଟ ଏବଂ ତାଙ୍କ ଅନୁଗତ ବିଧାୟକମାନେ ଯୋଗ ଦେଇନଥିଲେ। ଏହାପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏକ ପ୍ରସ୍ତାବ ପାରିତ ହୋଇଛି। ଏ ନେଇ କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେଓ୍ୱାଲା ସୂଚନା ଦେଇଛନ୍ତି। ଏଥିସହିତ ରାଜ୍ୟରେ ଦେଖାଦେଇଥିବା ରାଜନୀତିକ ସ୍ଥିତି ପାଇଁ ବିଜେପିକୁ ଦାୟୀ କରିଛନ୍ତି ସୁରଜେଓ୍ୱାଲା।

ସଚିନଙ୍କ ସ୍ଥାନରେ ଗୋବିନ୍ଦ ସିଂ ଦୋତାସ୍ରା ରାଜସ୍ଥାନ କଂଗ୍ରେସର ପିସିସି ସଭାପତି ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here