ଆଗକୁ ଆସୁଛି ଘନ ଘନ ବାତ୍ୟା ଓ ଝଡ । ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ତାଣ୍ଡବ ରଚିବ ପ୍ରକୃତି । ଏନେଇ ପୂର୍ବାନୁମାନ କରିଛି ଆକ୍ୟୁ ଓ୍ୱେଦର । ବେସରକାରୀ ପାଣିପାଗ ସୂଚନା କେନ୍ଦ୍ର ଆକ୍ୟୁ ଓ୍ୱେଦରର ଏହି ଅନୁମାନ ଆତଙ୍କ ଖେଳାଇ ଦେଇଛି ।ଆକ୍ୟୁ ଓ୍ୱେଦରର ରିପୋର୍ଟ ଅନୁସାରେ, ଚଳିତ ବର୍ଷ ୭ରୁ ୧୦ଟି ହରିକେନ୍ ବା ଝଡବାତ୍ୟା ଆସିବାର ସମ୍ଭାବନା ରହିଛି । ଏହାମଧ୍ୟରୁ ୩ରୁ ୫ଟି ଅତ୍ୟନ୍ତ ଭୟଙ୍କର ହେବ । ଅର୍ଥାତ ତାଣ୍ଡବ ରଚିବ । ବିପର୍ଯ୍ୟୟ ଘଟାଇବ । ଅର୍ଥାତ ପବନର ବେଗ ୨୦୦ କିମିରୁ ଅଧିକ ରହିବ । ବଡ ବଡ ବଡ ଉପୁଡିବା ସହ ବ୍ୟାପକ ଧ୍ୱଂସ ଲୀଳା କରିବ ।ଆକ୍ୟୁ ଓ୍ୱେଦରର ବିଶେଷଜ୍ଞ ଡ୍ୟାନ୍ କୋଟଲୋସ୍କି କହିଛନ୍ତି ଯେ, ଆମେରିକାରେ ଏହି ସବୁ ଝଡ ବାତ୍ୟାର ପ୍ରଭାବ ଅଧିକ ରହିବ । ଗତ ବର୍ଷ ଭଳି ମଧ୍ୟ ଏହି ସବୁ ଝଡ ବାତ୍ୟା ଆମେରିକାରେ ତାଣ୍ଡବ ରଚିବ । ଗତବର୍ଷ ପ୍ରାୟ ୩୦ଟି ଝଡ ଆସିଥିଲା । ଯାହା ମଧ୍ୟରୁ ୧୩ଟି ହରିକେନ୍ ଥିଲା । ଏହାମଧ୍ୟରୁ ୧୨ଟି ଆମେରିକାରେ ସିଧାସଳଖ ମାଡ ହୋଇଥିଲା । ଆମେରିକାର ଅନେକ ସହର ଜଳର୍ଣ୍ଣବ ହେବା ସହ ବ୍ୟାପକ କ୍ଷତକ୍ଷତି ମଧ୍ୟ ହୋଇଥିଲା ।କିନ୍ତୁ ଚଳିତ ଥର ଆମେରିକା ଉପକୂଳ ପ୍ରତି ବିପଦ ଅଧିକ ରହିଛି । କାରଣ ବର୍ମୁଡା ଟ୍ରାଙ୍ଗେଲ ଅଞ୍ଚଳରେ ଅଧିକ ଗୁରୁଚାପ ବଳୟ ରହିଛି । ଯାହା ଗତବର୍ଷ ଗଲ୍ଫ୍ ଓ ମେକ୍ସିକୋରେ ରହିଥିଲା । ଚଳିତ ବର୍ଷ ଗୁରୁଚାପ ବଳୟ ବର୍ମୁଡା ଟ୍ରାଙ୍ଗେଲ ଅଞ୍ଚଳରୁ ଉତ୍ତରପୂର୍ବ ଆଡକୁ ମୁହାଁଇପାରେ । ଫଳରେ ଏହା ଆମେରିକାର ଉପକୂଳରେ ମାଡ ହେବ ।
Latest article
୪ ଦିନ ବନ୍ଦ ରହିବ ଏସ୍ବିଆଇର ଭୁବନେଶ୍ବର ମୁଖ୍ୟ ଶାଖା
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରର ୟୁନିଟ-୧ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କର(ଏସ୍ବିଆଇ) ମୁଖ୍ୟ ଶାଖା ଆହୁରି ୪ ଦିନ ବନ୍ଦ ରହିବ। ମୁଖ୍ୟ କାର୍ଯ୍ୟାଳୟରେ ଆହୁରି ଅଧିକ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ବିଏମସି...
ସନ୍ତାକାଲି ସନ୍ଧ୍ୟା ୬ଟାରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ମଧ୍ୟପ୍ରଦେଶର ସମସ୍ତ ସହରାଞ୍ଚଳରେ ଲକ୍ଡାଉନ୍ ଜାରି ହେବ
ନୂଆଦିଲ୍ଲୀ: କରୋନାଭାଇରସ୍ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବା କାରଣରୁ ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ମଧ୍ୟପ୍ରଦେଶର ସମସ୍ତ ସହରାଞ୍ଚଳରେ ଲକ୍ଡାଉନ୍ ଜାରି ହେବ। ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ...
ନାଇଟ କର୍ଫ୍ୟୁ, ଲକଡାଉନ ଓ ସଟଡାଉନ କଥା ଏବେ ଚିନ୍ତା କରୁନୁ
ଭୁବନେଶ୍ଵର: ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୮୭୯ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରେ ସର୍ବାଧିକ ୧୪୪ ସଂକ୍ରମିତ ଥିବା ଜଣାଯାଇଛି। ଏନେଇ ବିଏମସି କମିସନର ପ୍ରେମଚନ୍ଦ ଚୌଧୁରୀ କହିଛନ୍ତି,...