ଆସାମର ପ୍ରମୁଖ ନଦୀ ଗୁଡ଼ିକରେ ବନ୍ୟା

0
418

ଗୁଆହାଟି, ଆଚିଭର୍ସ ନ୍ୟୁଜ୍‌, ୨୯/୦୬ (ବ୍ୟୁରୋ)- ଲଗାଣ ବର୍ଷା ଯୋଗୁଁ ଆସାମର ପ୍ରମୁଖ ନଦୀ ଗୁଡ଼ଇକରେ ବନ୍ୟା ଆସିଛି । ଫଳରେ ୨୦ଟି ଜିଲ୍ଲାର ୫ଲକ୍ଷ ୬୫ ହଜାର ଲୋକ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି । ବନ୍ୟା ଯୋଗୁଁ ୧୮ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ଏହିସବୁ ଜିଲ୍ଲାରେ ବ୍ୟାପକ ଫସଲ ହାନି ସହ ରାସ୍ତା ଘାଟ ଧୋଇଯାଇଛି ଏବଂ କଲ୍‌ଭର୍ଟ କ୍ଷତିଗ୍ରସ୍ତ ହୋଇଛି । ପ୍ରାୟ ୧୯ ହଜାର ଲୋକଙ୍କୁ ୧୦୯ଟି ବିଭିନ୍ନ ଅସ୍ଥାୟୀ ଶିବିରରେ ରଖାଯାଇଛି । ପ୍ରଶାସନ ପକ୍ଷରୁ ବନ୍ୟା ବିପନ୍ନ ଲୋକମାନଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଉଛି ।

LEAVE A REPLY

Please enter your comment!
Please enter your name here