ଆସନ୍ତା ମାସରେ କମିବ ଗ୍ୟାସ ଦର !

0
599
htdc
dcff

ନୂଆଦିଲ୍ଲୀ(ଆଚିଭର୍ସ ନ୍ୟୁଜ୍‌): ଆସନ୍ତା ମାସରେ କମିବ ଗ୍ୟାସ ଦର ଏନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି । ଗୁରୁବାର ମନ୍ତ୍ରୀ ଶ୍ରୀ ପ୍ରଧାନ ରାୟପୁରରେ କହିଛନ୍ତି, ଆସନ୍ତା ମାସରେ ଏଲପିଜି ଦାମ୍ ହ୍ରାସ ହେବା ସମ୍ଭାବନା ବେଶି । ତେବେ ନିୟମିତ ଭାବେ ଏଲପିଜି ଦର ବଢୁଥିବା ଅଭିଯୋଗକୁ ଅଗ୍ରାହ୍ୟ କରି କେନ୍ଦ୍ର ମନ୍ତ୍ରୀ କହିଚନ୍ତି, ଗ୍ୟାସ୍ ସିଲିଣ୍ଡର ଦାମ ଲଗାତର ବଢୁନାହିଁ , ଚଳିତ ମାସରେ ଦର ବଢିବାର କାରଣ ହେଲା ଅନ୍ତର୍ଜାତୀୟ ବଜାରର ପ୍ରଭାବ । ମନ୍ତ୍ରୀ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଆନ୍ତର୍ଜାତୀୟ ବଜାରର ପ୍ରଭାବରୁ ଏହି ମାସରେ ଏଲପିଜି ମୂଲ୍ୟ ବଢିଥିଲେ ବି ଆସନ୍ତା ମାସରେ ଏହା ପୁଣି ହ୍ରାସ ପାଇପାରେ , ଏବଂ ତାହାର ସଂକେତ ଆସୁଛି ।
ଗତ ସପ୍ତାହରେ ଏଲପିଜି ମୂଲ୍ୟ ସିଲିଣ୍ଡର ପ୍ରତି ୧୪୪ ଟଙ୍କା ୫୦ ପଇସା ବୃଦ୍ଧି ହୋଇଥିଲା ।ଯଦିଓ ଘରୋଇ ଗ୍ରାହକଙ୍କ ଲାଗି ଗ୍ୟାସ୍ ସିଲିଣ୍ଡର ପ୍ରତି ସବସିଡି ମଧ୍ୟ ପାଖାପାଖି ଦୁଇ ଗୁଣକୁ ବଢିଥିଲା । ତଥାପି ଗ୍ୟାସ୍ ସିଲିଣ୍ଡର ଦର ବୃଦ୍ଧି କୁ ନେଇ ବିରୋଧି ସ୍ବର ଉଠାଇଥିଲେ ।

LEAVE A REPLY

Please enter your comment!
Please enter your name here