ଆସନ୍ତା ଅଗଷ୍ଟ ୧୨ ଯାଏ ସମସ୍ତ ଯାତ୍ରୀବାହୀ ଟ୍ରେନ ବାତିଲ

0
446

ନୂଆଦିଲ୍ଲୀ, ଆଚିଭର୍ସ ନ୍ୟୁଜ୍‌, ୨୬/୦୬ (ବ୍ୟୁରୋ)- ଆସନ୍ତା ଅଗଷ୍ଟ ୧୨ ଯାଏ ନିୟମିତ ଭାବେ ଦେଶରେ ଚଳାଚଳ କରୁଥିବା କୌଣସି ଯାତ୍ରୀବାହୀ ଟ୍ରେନ ଚାଲଇବ ନାହିଁ । ଏହାକୁ ଭାରତୀୟ ରେଳବାଇ ବାତିଲ କରିଛି । ଏହାଛଡା ଦେଶ ବ୍ୟାପୀ ଚାଲୁଥିବା ମେଲ୍ କିମ୍ବା ଏକ୍ସପ୍ରେସ ଏବଂ ସବ୍‌-ଅର୍ବାନ୍ ରେଳ ସେବାକୁ ବାତିଲ କରାଯାଇଛି । ଏଥିରେ ପ୍ରିମିୟମ୍ ଟ୍ରେନ, ଇଣ୍ଟରସିଟି ଏବଂ ମେମୁ ସମେତ ଲୋକାଲ ପାସେଞ୍ଜର ଟ୍ରେନ ସାମିଲ ରହିଛି, ଯେଉଁଗୁଡ଼ିକ ପୂର୍ବରୁ ଚଳିତମାସ ୩୦ ମଧ୍ୟରାତ୍ର ପର୍ଯ୍ୟନ୍ତ ବାତିଲ ହୋଇଥିଲା । ଉପରୋକ୍ତ ସମସ୍ତ ଟ୍ରେନ ପାଇଁ ଯେଉଁମାନେ ଅଗଷ୍ଟ ୧୨ ଯାଏ ଟିକେଟ ବୁକିଂ କରିଥିବେ ସେମାନେ ସମ୍ପୂର୍ଣ୍ଣ ଟିକଟ ଅର୍ଥ ଫେରସ୍ତ ପାଇବେ ବୋଲି ରେଳ ମନ୍ତ୍ରାଳୟ ପକ୍ଷରୁ ଆଜି ଜାରି କରାଯାଇଥିବା ଏକ ବିବୃତିରେ କୁହାଯାଇଛି । ତେବେ ନିର୍ଦିଷ୍ଟ ରୁଟ୍‌ରେ ଓ ସମୟ ସାରଣୀରେ ଗତ ୧୨ ମେ’ରୁ ଏବଂ ଚଳିତମାସ ପହିଲାଠାରୁ ଚଳାଚଳ ଆରମ୍ଭ କରିଥିବା ସ୍ୱତନ୍ତ୍ର ଟ୍ରେନ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଯାତ୍ରୀ ଜାରି ରଖିବ । ବୁଧବାର ଏକ ନିଷ୍ପତ୍ତି କ୍ରମେ ଗତ ଏପ୍ରିଲ ୧୪ ପୂର୍ବରୁ ବୁକିଂ ହୋଇଥିବା ସମସ୍ତ ଟିକେଟକୁ ରେଳବାଇ ବାତିଲ କରିଥିଲା । ସୂଚନାଯୋଗ୍ୟ, ଦେଶବ୍ୟାପୀ ଲକଡାଉନ ଯୋଗୁଁ ମାର୍ଚ୍ଚ ୨୫ରୁ ସମସ୍ତ ଟ୍ରେନ ଚଳାଚଳକୁ ବାତିଲ କରି ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here