ଆରୋଗ୍ୟ ହାର ୭୦% କୁ ବୃଦ୍ଧି

0
453

ଭୁବନେଶ୍ୱର, ଆଚିଭର୍ସ ନ୍ୟୁଜ୍‌, ୧୧/୦୬ (ବ୍ୟୁରୋ)- ଜୁନ୍ ମାସର ଖରା ତାତି ସାଙ୍ଗକୁ ବଢ଼ିଚାଲିଛି କରୋନାର ସଂକ୍ରମଣ ଗତି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୩୨୫୦ ରେ ପହଞ୍ଚିଥିବାବେଳେ ୨୨୮୨ ରୋଗୀ ଆରୋଗ୍ୟ ଲାଭ କଲେଣି । ୯୫୭ ଜଣ ସଂକ୍ରମିତ ଏବେ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହି ପରିସଂଖ୍ୟାନ ଅନୁସାରେ ରାଜ୍ୟରେ ଆରୋଗ୍ୟ ହାର ୭୦ ପ୍ରତିଶତରେ ପହଞ୍ଚିବା ରାଜ୍ୟବାସୀ ତଥା ସରକାରଙ୍କ ପାଇଁ ଆଶ୍ୱସ୍ତି ଆଣିଛି । ତେବେ ଗତ ସପ୍ତାହକ ମଧ୍ୟେ;ର ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରେ ଡାକ୍ତର ଓ ନର୍ସ ସ୍ଥାନ ପାଇବା ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । ଏଯାଏ ପ୍ରାୟ ୧୧ଜଣ ଡାକ୍ତିର ଓ ୧୨ଜଣ ସ୍ୱାସ୍ଥ୍ୟକର୍ମୀ କରୋନା ସଂକ୍ରମିତ ହେଲେଣି ।

LEAVE A REPLY

Please enter your comment!
Please enter your name here