ଆରବ ସାଗରରେ ଦୁର୍ଘଟଣାଗ୍ରସ୍ତ ମିଗ୍‌-୨୯ ପ୍ରଶିକ୍ଷଣ ବିମାନ ଜଣେ ପାଇଲଟ୍‌ ଉଦ୍ଧାର

0
62

ନୂଆଦିଲ୍ଲୀ: ଗୁରୁବାର ସନ୍ଧ୍ୟା ପ୍ରାୟ ୫ଟା ବେଳେ ତାଲିମ ନିମନ୍ତେ ଉଦ୍ଦିଷ୍ଟ ଏକ ‘ମିଗ୍‌-୨୯କେ’ ବିମାନ ଆରବ ସାଗରରେ ଖସିପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା କଥା ଶୁକ୍ରବାର ଦିନ ଭାରତୀୟ ନୌସେନା କହିଛି।

ଏହି ବିମାନରେ ଥିବା ଜଣେ ପାଇଲଟ୍‌ଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଗତ ସନ୍ଧ୍ୟାରୁ ନିଖୋଜ ହୋଇ ଯାଇଥିବା ଦ୍ୱିତୀୟ ପାଇଲଟ୍‌ଙ୍କ ଲାଗି ତଲାସ ଅଭିଯାନ ଆରମ୍ଭ ହୋଇଛି।

ଆକାଶ ଓ ସାମୁଦ୍ରିକ ୟୁନିଟ୍‌ ତଲାସ ଅଭିଯାନ ଚଳାଇଛନ୍ତି ବୋଲି ଭାରତୀୟ ନୌସେନା କହିଛି। ଏହାଛଡ଼ା, ତାଲିମ୍‌ରେ ବ୍ୟବହୃତ ‘ମିଗ୍‌-୨୯କେ’ ବିମାନ ଦୁର୍ଘଟଣାର ତଦନ୍ତ ଲାଗି ଆଦେଶ ମଧ୍ୟ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here