ଆମାଜନ୍ ପ୍ରାଇମ୍ ଭିଡିଓରେ ଓଡ଼ିଆ ଚଳଚିତ୍ର ‘କ୍ଷଣିକା’

0
436

ଆଚିଭର୍ସ ନ୍ୟୁଜ୍‌, ୦୯/୦୬ (ବ୍ୟୁରୋ)- ଆମାଜନ୍ ପ୍ରାଇମ୍ ଭିଡିଓରେ ଦେଖିବାକୁ ମଳିବ ଓଡ଼ିଆ ଚଳଚ୍ଚିତ୍ର ‘କ୍ଷଣିକା-ଦ ଲଷ୍ଟ’ । ଆମାଜନ୍‌ରେ ଭାରତ ଓ ଭାରତ ବାହାରେ ପ୍ରଦର୍ଶିତ ହେଉଥିବା ଏହା ଏକମାତ୍ର ଓଡ଼ିଆ ଚଳଚ୍ଚିତ୍ର । ବର୍ତ୍ତମାନ ସୁଦ୍ଧା ଏହି ଚଳଚ୍ଚିତ୍ରଟି ବିଶ୍ୱର ୧୪ଟି ଦେଶରେ ପ୍ରଦର୍ଶିତ ହୋଇଥବବାବେଳେ ୩୦ରୁ ଅଧିକ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହୋଇ ପ୍ରସଂଶିତ ହୋଇଛି । ଗୋଆରେ ଅନୁଷ୍ଠିତ ୪୮ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ (ଆଇଏଫ୍‌ଏଫ୍‌ଆଇ) ର ଇଣ୍ଡିଆନ ପନୋରାମା ସେକ୍ସନରେ ଏହା ମନୋନୀତ ହୋଇଥିଲା । ୨୬ଟି ଚଳଚ୍ଚିତ୍ର ମଧ୍ୟରେ ଏହା ଏକମାତ୍ର ଚଳଚ୍ଚିତ୍ର ଭାବେ ସ୍ଥାନ ପାଇଥିଲା ।

LEAVE A REPLY

Please enter your comment!
Please enter your name here