ଆମକୁ ଉସୁକାଇଲେ ଛାଡ଼ିବୁନି: ଚୀନ୍‌କୁ ପ୍ରଧାନମନ୍ତ୍ରୀଙ୍କ ଚେତାବନୀ

0
423

ଯବାନଙ୍କ ବଳିଦାନ ବୃଥା ଯିବନି, ଇଞ୍ଚେ ଜମି ଛାଡ଼ିବୁନି
ଭାରତ-ଚୀନ ବୈଦେଶିକ ମନ୍ତ୍ରୀସ୍ତରୀୟଆଲୋଚନା
ଭାରତ କହିଲା ଅଯଥା ବଢ଼ାଅନି, ନିଜକୁ ସୁଧାରିନିଅ
ଚୀନ କହିଲା ଶୀଘ୍ର ଶାନ୍ତି, ସ୍ଥିରତା ଫେରିଆସୁ
ସାମରିକ କଥାବାର୍ତ୍ତା ବିଫଳ, ହାଇକୋର୍ଟରେ ସେନା
୧୯ରେ ସର୍ବଦଳୀୟବୈଠକ ଡାକିଲେ ମୋଦୀ
ନୂଆଦିଲ୍ଲୀ, ଆଚିଭର୍ସ ନ୍ୟୁଜ୍‌, ୧୮/୦୬ (ବ୍ୟୁରୋ)- ‘ପୂର୍ବ ଲଦାଖର ଗଲୱାନ ଉପତ୍ୟକାରେ ଚୀନ ସୈନିକଙ୍କ ସହିତ ସଂଘର୍ଷରେ ସହିତ ହୋଇଥିବା ଭାରତୀୟ ଯବାନଙ୍କ ବଳିଦାନ ବୃଥା ଯିବ ନାହିଁ । ଭାରତ ଶାନ୍ତି ଚାହେଁ, ମାତ୍ର ଏହାକୁ ଯଦି କେହି ଉତ୍ତେଜିତ କରେ ତେବେ ଏହା ଦୃଢ଼ ଜବାବ ଦେବାକୁ ବେଶ୍ ସକ୍ଷମ । ଆମକୁ ଉସୁକାଇଲେ ଛାଡ଼ିବୁନି । ଆମ ପାଇଁ ସାର୍ବଭୌମତ୍ୱ ଓ ଅଖଣ୍ଡତା ଗୁରୁତ୍ୱପୂର୍ଣ୍ଣ । ତେଣୁ ଏଥିରେ କୌଣସି ପ୍ରକାର ସାଲିସ କରାଯିବ ନାହିଁ । ଭାରତ ଏହାର ପ୍ରତିଟି ଇଞ୍ଚ ଭୂଖଣ୍ଡକୁ ସୁରକ୍ଷା ଦେବ । କୌଣସି ପରିସ୍ଥିତିରେ ଗୋଟିଏ ବି ଇଞ୍ଚ ଭୂମି ଛାଡ଼ିଦିଆଯିବ ନାହିଁ ।’ ଚୀନ୍‌କୁ କଡ଼ାଭାଷାରେ ଏହି ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

LEAVE A REPLY

Please enter your comment!
Please enter your name here