ଆନ୍ତର୍ଜାତୀୟ ବିମାନ ଉଡାଣ ଉପରେ କଟକଣା

0
403

ଇସଲାମବାଦ, ଆଚିଭର୍ସ ନ୍ୟୁଜ୍‌, ୧/୦୭ (ବ୍ୟୁରୋ)- ପାକିସ୍ତାନକୁ ବଡ଼ ଝଟ୍‌କା। ଏୟାରଲାଇନ୍ସ ବିମାନ ଉଡ଼ାଣ ଉପରେ EASAର ବଡ଼ ପଦକ୍ଷେପ। ଆସନ୍ତା ୬ ମାସ ଯାଏ ୟୁରୋପରେ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସର ବିମାନ ଉଡ଼ାଣ ବ୍ୟାନ୍। ଏହି ପ୍ରତିବନ୍ଧକ ଲଗାଇଛି ୟୁରୋପୀୟ ଆକାଶପଥ ନିରାପତ୍ତା ସଂସ୍ଥା EASA।

ଜୁଲାଇ ୧ ଅର୍ଥାତ୍ ଆସନ୍ତାକାଲି ଠାରୁ ଆଗାମୀ ୬ ମାସ ଯାଏ ୟୁରୋପ ଆକାଶରେ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସର ବିମାନ ଉଡ଼ାଣକୁ ବାତିଲ କରାଯାଇଛି। ଏନେଇ ବିମାନ ଉଡ଼ାଣ ସଂସ୍ଥା ମୁଖପାତ୍ର ସୂଚନା ଦେଇଛନ୍ତି।

ଏହା ପୂର୍ବରୁ ଜାଲ୍ ଲାଇସେନ୍ସ ରଖିବା ଅଭିଯୋଗରେ ୧୪୧ ଜଣ ପାକିସ୍ତାନୀ ପାଇଲଟ୍‌ଙ୍କୁ ହଟାଇଥିଲା ପାକିସ୍ତାନ ବିମାନ ଚଳାଚଳ ମନ୍ତ୍ରାଳୟ ଅର୍ଥାତ୍ ମୋଟ ୪୫୦ରୁ ପ୍ରାୟ ଏକ ତୃତୀୟାଂଶ ପାଇଲଟ୍‌ଙ୍କୁ ହଟାଇ ଦିଆଯାଇଛି।

ଗତମାସରେ ପାକିସ୍ତାନରେ ବିମାନ ଦୁର୍ଘଟଣାର କାରଣ ମନୁଷ୍ୟକୃତ ଥିଲା ବୋଲି ଚଳିତ ମାସରେ ତଦନ୍ତ ରିପୋର୍ଟ ଆସିଥିଲା। ଏହାପରେ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ଏହି ପଦକ୍ଷେପ ନେଇଛି। ପିଆଇଏ ମୁଖପାତ୍ର କହିଛନ୍ତି, ୮୬୦ ପାଇଲଟଙ୍କ ମଧ୍ୟରୁ ୨୬୨ ଟି ଲାଇସେନ୍ସ ନକଲି।

ପାକିସ୍ତାନର ବିମାନ ଚଳାଚଳ ମନ୍ତ୍ରୀ ଗୁଲାମ ସରଭର ଖାନ ମଧ୍ୟ ସଂସଦରେ କହିଛନ୍ତି, ପାଇଲଟ ଲାଇସେନ୍ସର ୪୦ ପ୍ରତିଶତ ନକଲି। ନକଲି ଲାଇସେନ୍ସ ଥିବା ପାଇଲଟଙ୍କୁ ବିମାନ ଉଡ଼ାଣ ନକରିବାକୁ ଘରୋଇ ବିମାନ କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପାଇଲଟମାନଙ୍କୁ ନକଲି ଲାଇସେନ୍ସ ପ୍ରଦାନ ଅଭିଯୋଗରେ ପାଞ୍ଚ ଜଣଙ୍କୁ ବହିଷ୍କାର କରିଛନ୍ତି ପାକିସ୍ତାନ ସରକାର।

LEAVE A REPLY

Please enter your comment!
Please enter your name here