ଆଣ୍ଡାମାନରୁ ଫେରିଲେ ୧୮୦ ଓଡ଼ିଆ

0
448

ଆଚିଭର୍ସ ନ୍ୟୁଜ୍‌, ୦୯/୦୬ (ବ୍ୟୁରୋ)- ରାଜ୍ୟ ବାହାରେ ଫସି ରହିଥିବା ଓଡ଼ିଆଙ୍କୁ ଆଣିବା ପାଇଁ ଓଡ଼ିଶା ସରକାର ତାଙ୍କ ପ୍ରୟାସ ଜାରି ରଖିଛନ୍ତି । ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜରେ ଫସିଥିବା ୧୮୦ ଜଣ ପ୍ରବାସୀ ଓଡ଼ିଆଙ୍କୁ ଆଜି ବିମାନ ଯୋଗେ ଫେରାଇ ଅଣାଯାଇଛି । ୧୮୦ଜଣ ପ୍ରବାସୀଙ୍କୁ ଧରି ଏୟାର ଏସିଆର ବିମାନ ଆଜି ଦିନ ୧୨ଟା ୫୦ମିନିଟରେ ପହଞ୍ଚିଥିଲା ଭୁବନେଶ୍ୱର ବିମାନବନ୍ଦରରେ । ସାମାଜିକ ଦୂରତା ରକ୍ଷା କରି ସେମାନଙ୍କୁ ଯାଞ୍ଚ୍ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here