ଆଣ୍ଡରସନ୍‌ଙ୍କ ୬୦୦ ୱିକେଟ୍‌ ମାଇଲଖୁଣ୍ଟ

0
188

ସାଉଥାମ୍ପଟନ୍‌, ଆଚିଭର୍ସ ନ୍ୟୁଜ୍ ୨୬/୦୮ (ବ୍ୟୁରୋ)- ବିଶ୍ବର ଚତୁର୍ଥ ଏବଂ ଇଂଲଣ୍ଡର ପ୍ରଥମ ବୋଲର ଭାବେ ଜେମ୍ସ ଆଣ୍ଡରସନ୍‌ ୬୦୦ ଟେଷ୍ଟ୍‌ ୱିକେଟ୍‌ କ୍ଲବ୍‌ରେ ସାମିଲ ହୋଇଛନ୍ତି। ରୋଜ୍‌ ବାଉଲ୍‌ରେ ମଙ୍ଗଳବାରେ ଶେଷ‌ ହୋଇଥିବା ପାକିସ୍ତାନ ବିପକ୍ଷ ତୃତୀୟ ଟେଷ୍ଟର ପଞ୍ଚମ ଦିବସରେ ଆଝାର ଅଲୀଙ୍କୁ ଅଧିନାୟକ ଜୋ ରୁଟଙ୍କ ହାତରେ କ୍ୟାଚ୍‌ କରାଇ ଏହି ମାଇଲଖୁଣ୍ଟ ଛୁଇଁଛନ୍ତି ଆଣ୍ଡରସନ୍‌। ୨୦୦୩ ମସିହାରେ ଲର୍ଡସରେ ଜିମ୍ବାୱେ ବିପକ୍ଷରେ ଟେଷ୍ଟ୍ ପଦାର୍ପଣ କରିଥିବା ଆଣ୍ଡରସନ୍‌ ବିଶ୍ବର ପ୍ରଥମ ଦ୍ରୁତ ବୋଲର ଭାବେ ୬୦୦ ୱିକେଟ୍ ପୂର୍ଣ୍ଣ କରିଛନ୍ତି। ଆଣ୍ଡରସନଙ୍କ ଉପରେ ରହିଛନ୍ତି ୩ ସ୍ପିନର୍‌ ମୁଥୟା ମୁରଲୀଧରନ (୮୦୦), ସେନ୍‌ ୱର୍ନ (୭୦୮) ଏବଂ ଅନିଲ କୁମ୍ବଲେ (୬୧୯)। ଗତ ଟେଷ୍ଟରେ ଆଣ୍ଡରସନଙ୍କ ନୂଆ ବଲ୍‌ ବୋଲିଂ ସାଥୀ ଷ୍ଟୁଆର୍ଟ ବ୍ରଡ ୫୦୦ ୱିକେଟ୍‌ ପୂର୍ଣ୍ଣ କରିଥିଲେ। ପଦାର୍ପଣରେ ୫ ୱିକେଟ୍ ନେଇ ଟେଷ୍ଟ୍ କ୍ରିକେଟକୁ ଆସିଥିବା ଆଣ୍ଡରସନ୍‌ ଏହି ଟେଷ୍ଟର ପ୍ରଥମ ପାଳିରେ ମଧ୍ୟ ୫ ୱିକେଟ୍‌ ନେଇଥିଲେ।

ଆଣ୍ଡରସନ୍‌ଙ୍କ ମାଇଲଖୁଣ୍ଟ୍ ଶିକାର: ପ୍ରଥମ-ମାର୍କ ଭର୍ମୁଲେନ୍ (୨୦୦୩), ୫୦ତମ- ଏମଏସ ଧୋନି (୨୦୦୭), ୧୦୦ତମ-ଜ୍ୟାକ୍ କାଲିସ୍ (୨୦୦୮), ୨୦୦ତମ-ପିଟର ସିଡଲ୍ (୨୦୧୦), ୩୦୦ତମ-ପିଟର୍ ଫୁଲଟନ୍ (୨୦୧୩), ୪୦୦ତମ-ମାର୍ଟିନ୍ ଗପ୍ଟିଲ୍ (୨୦୧୫), ୫୦୦ତମ-କ୍ରେଗ୍ ବ୍ରାଥ୍‌ୱେଟ୍‌ (୨୦୧୭), ୬୦୦ତମ-ଆଝାର ଅଲୀ (୨୦୨୦)। ସର୍ବାଧିକ ଶିକାର: ୧୧ଥର-ପିଟର୍ ସିଡଲ୍ (ଅଷ୍ଟ୍ରେଲିଆ), ୯ ଥର-ସଚିନ ତେନ୍ଦୁଲକର/ମାଇକେଲ୍ କ୍ଲାର୍କ/‌ଡେଭିଡ୍‌ ୱାର୍ନର/ଆଝାର୍ ଅଲୀ।

ପ୍ରଥମ ଦ୍ରୁତ ବୋଲରଙ୍କ ମାଇଲଖୁଣ୍ଟ: ୧୦୦-ଚାର୍ଲି ଟର୍ନର (୧୮୯୫), ୨୦୦-ଆଲେକ ବେଡଷ୍ଟର୍‌ (୧୯୫୩), ୩୦୦-ଫ୍ରେଡ୍ ଟ୍ର୍ୟୁମ୍ୟାନ୍‌ (୧୯୬୪), ୪୦୦-ରିଚାର୍ଡ ହାଡଲି (୧୯୯୦), ୫୦୦-କର୍ଟନି ୱାଲ୍ସ (୨୦୦୧), ୬୦୦- ଜେମ୍ସ ଆଣ୍ଡରସନ୍ (୨୦୨୦)। ୬୦୦ ୱିକେଟ୍ ବେଳକୁ ବୋଲିଂ ବଲ୍‌: ମୁଥୟା ମୁରଲୀଧରନ (୩୩,୭୧୧), ଜେମ୍ସ ଆଣ୍ଡରସନ୍ (୩୩,୭୧୭), ସେନ୍ ୱର୍ନ (୩୪,୯୧୯), ଅନିଲ କୁମ୍ବଲେ (୩୮,୪୯୬)।

LEAVE A REPLY

Please enter your comment!
Please enter your name here