ଆଜି ହେବ ସିବିଏସ୍‌ଇ ପରୀକ୍ଷା ନିଷ୍ପତ୍ତି

0
396

ଜେଇଇ ମେନ୍ ଓ ନିଟ୍ ନେଇ ଆସିବ ନୂଆ ସୂଚନା
କେନ୍ଦ୍ରୀୟ ପ୍ରବେଶିକା ପରୀକ୍ଷା ପରେ ହେବ ଓଜେଇଇ
ଭୁବନେଶ୍ୱର, ଆଚିଭର୍ସ ନ୍ୟୁଜ୍‌, ୨୨/୦୬ (ବ୍ୟୁରୋ)- କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ)ର ସ୍ଥଗିତ ଥିବା ଦଶମ ଓ ଦ୍ୱାଦଶ ପରୀକ୍ଷା ନେଇ ସୋମବାର ନିଷ୍ପତ୍ତି ହେବ । ସୁପ୍ରିମ୍‌କୋର୍ଟ ସିବିଏସଇ କର୍ତ୍ତୃପକ୍ଷଙ୍କୁ ପରୀକ୍ଷା ହେବ କିମ୍ବା ବନ୍ଦ ରହିବ ଚୂଡ଼ାନ୍ତ ନିଷ୍ପତ୍ତି ନେବ ବୋଲି ଜଣାଯାଇଛି । ସେହିପରି ଜେଇଇ ମେନ୍ ଓ ନିଟ୍ ୟୁଜି ପରୀକ୍ଷା ବାବଦରେ ନିଷ୍ପତ୍ତି ହେବାର ସମ୍ଭାବନା ରହିଛି । କିଛି ରାଜ୍ୟ ଅନ୍‌ଲାଇନ୍ ପରୀକ୍ଷା କରିବା କିମ୍ବା ଦ୍ୱାଦଶ ନମ୍ବରକୁ ନେଇ ଜେଇଇ ମେନ୍ ଓ ନିଟ୍ ୟୁଜିରେ ନାମ ଲେଖାଇବାକୁ ପ୍ରସ୍ତାବ ଦେଇଛନ୍ତି । କେନ୍ଦ୍ରୀୟ ପ୍ରବେଶିକା ପରୀକ୍ଷା ସରିବା ପରେ ଯାଇ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ହେବ । ଜେଇଇ ମେନ୍ ର‌୍ୟାଙ୍କ୍ ବାହାରିବା ପରେ ଓଜେଇଇ କର୍ତ୍ତୃପକ୍ଷ ଇଞ୍ଜିନିୟରିଂ ନାମ ଲେଖା ବାବଦରେ କାଉନସେଲିଂ କରିପାରିବେ । ସେହିପରି ନିଟ୍ ୟୁଜି ପରୀକ୍ଷା ଫଳ ବାହାରିବା ପରେ ରାଜ୍ୟରେ ମେଡ଼ିକାଲ୍ ନାମଲେଖା ହେବ ବୋଲି ଅଧ୍ୟକ୍ଷ ପ୍ରଫେସର ସୁଦିପ କୁମାର ଚାନ୍ଦ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here